STORYMIRROR

Er Subhransu Kumar Behera

Romance

4  

Er Subhransu Kumar Behera

Romance

" ପ୍ରିୟତମା "

" ପ୍ରିୟତମା "

1 min
244

ତୁମକୁ ଦେଖିଦେଲା ପରେ ...

ସ୍ପନ୍ଦିତ ହୋଇଛି ପ୍ରତି ମୁହୁର୍ତ୍ତରେ ,

ହୃଦୟେ ଭରିଛି ପ୍ରତି ନିଶ୍ଵାସରେ ,

ଭିଜି ମୁଁ ଯାଇଛି ,

ଅପଲକ ଚାହାଣିର ମଧୁବର୍ଷାରେ ,

ତ ପୁଣି ... ଜୀବନର ବିଚିତ୍ର ଶୃଙ୍ଗାରରେ ।


ତୁମକୁ ଜାଣିଗଲା ପରେ ...

ସ୍ଵପ୍ନରେ ହଜିଛି ବିନା ସନ୍ଧାନରେ ,

ଅମ୍ବରେ ଉଡିଛି ମହା ଆନନ୍ଦରେ ,

ହଜି ମୁଁ ଯାଇଛି ,

ଯୋୖବନର ଅପରୂପ ସୌରଭରେ ,

ତ ପୁଣି ... ପ୍ରେମର କର୍ପୁର ଗନ୍ଧରେ ।


ତୁମକୁ ବୁଝିଗଲା ପରେ ...

ଯାହା ମନ ଖୋଜୁଥିଲା କଳ୍ପନାରେ ,

ଅନାୟାସେ ହାତ ପାହାନ୍ତାରେ ,

ପାଇଁ ମୁଁ ଯାଇଛି ,

ସାତ୍ତ୍ୱିକାନୁଭୂତି ତୁମ ସାନିଧ୍ୟରେ ,

ତ ପୁଣି ... ଶ୍ରଦ୍ଧାରେ ଭ୍ରମିଛ ମୋରି ପ୍ରାଣରେ ।


ତୁମକୁ ସଜାଇବା ପରେ ,

ପଥଚାରୀ ସାଜେ ଭରା ଅନ୍ଧାରରେ ,

ଅହମିକା ଘେରା ବାସନାରେ ,

ହଜାଇ ଦେଇଛି ,

ଜୀବନର ବର୍ଣ୍ଣ , ରସ , ପ୍ରତିଟି କ୍ଷଣରେ ,

ତ ପୁଣି ... ସ୍ଵପ୍ନ ଦେଖା ଚକ୍ଷୁର ଅଶ୍ରୁରେ ।


ତୁମକୁ ହରାଇଲା ପରେ ,

ସ୍ମୃତି ସବୁ ମୁଖର ମୋ ରାତ୍ରୀରେ ,

ସ୍ଵପ୍ନ ଯାକ ଏକଦମ ଉଦାସରେ ,

ହାରିକି ଯାଇଛି ,

ବିଳାପେ କମ୍ପିତ କଳ୍ପ ଲୋକରେ ,

ଅବା ହୋଇଛି ... ମୁଁ ସମାଧିସ୍ଥ ତୁମରି ପ୍ରେମରେ ।


               

             ***



Rate this content
Log in

Similar oriya poem from Romance