" ପ୍ରିୟତମା "
" ପ୍ରିୟତମା "
ତୁମେ ବିରହୀ ନଦୀର ଢେଉ
ବାଲୁକା ଶଯ୍ୟାଟେ ମୁଁ ,
ତୁମେ ଉତ୍ତାଳ ଢେଉର ସ୍ଵନ
ସ୍ପନ୍ଦନେ ଶୁଣୁଛି ମୁଁ ।
ତୁମେ ସ୍ଵାକ୍ଷର ପ୍ରେମର ଲିପି
କାଗଜ ଫର୍ଦ୍ଦଟେ ମୁଁ ,
ତୁମେ ହୃଦୟ ଲିପିର ଭାଷା
ସାଇତି ରଖିଛି ମୁଁ ।
ତୁମେ କଳ୍ପିତ ସ୍ଵପ୍ନର ଛବି
ଉନ୍ମୁକ୍ତ ଆଖିଟେ ମୁଁ ,
ତୁମେ ମଧୁର ଛବିର ରୂପ
ନିଇତି ଦେଖୁଛି ମୁଁ ।
ତୁମେ ଅମ୍ବର କୋଳରେ ଜହ୍ନ
ବିମୁଗ୍ଧ ମନଟେ ମୁଁ ,
ତୁମେ ଅଧିର ଜହ୍ନର ଜ୍ୟୋସ୍ନା
ସାଉଁଟି ଧରିଛି ମୁଁ ।
ତୁମେ ମୁକ୍ତ ବିହଙ୍ଗମାଟିଏ
ପ୍ରେମର ବ୍ଯାଧଟେ ମୁଁ ,
ତୁମେ ସ୍ଵାଧୀନ ଭାବ ପଞ୍ଜର
ଆବେଗେ ଚାହିଁଛି ମୁଁ ।
ତୁମେ ନାୟିକା ଭର୍ତ୍ତୁକାଟିଏ
ପ୍ରାପ୍ତ୍ଯାଶା ନାୟକ ମୁଁ ,
ତୁମେ ମନର ବର୍ଣ୍ଣ ମାଧୁରୀ
ମୁଖରିତ ହୁଏ ମୁଁ ।
