STORYMIRROR

Samar Ballav Bhoi

Abstract Romance Action

3  

Samar Ballav Bhoi

Abstract Romance Action

ପ୍ରିୟତମା

ପ୍ରିୟତମା

1 min
239


କେମିତି କହିବି ତୁମକୁ ମୁଁ

ତୁମେ ମୋର ପ୍ରିୟତମା ସତେକି

ସନ୍ଧ୍ୟାର ପରିବ୍ୟାପ୍ତ ଆକାଶ

ଯେମିତି ବିନ୍ଦିମଖା 

ତୁମ ହାତ ର ପାପୁଲି

ସୂର୍ଯ୍ୟ ଏବେ ଶୋଇପଡେ

ପାହାଡ଼ ସେ କଡେ 

ଯେମିତି ତୁମ ମଥାର ଟିକିଲି ।।


ମୋ ପାଇଁ ନାହିଁ ଏଠି ସ୍ବପ୍ନ କିଛି

ନାହିଁ ଆବିଳତା, ନାହିଁ କିଛି ଭାବନା,

ନାହିଁ ରାତି, ନାହିଁ ଦିନ, ନାହିଁ ଆଲୋଡନ, 

ନାହିଁ କିଛି ପ୍ରଶ୍ନ, ନାହିଁ ଉତ୍ତେଜନା

ପ୍ରିୟତମା, ତୁମେ ସବୁ ତ ନେଇଛ ଛଡେଇ

ମୋ ପାଖେ ଆଉ କିଛି ଅଛି ବୋଲି 

ମୁଁ ଭାବି ପାରୁ ନାହିଁ

ମୁଁ ଖାଲି ତୁମ ପାଶେ

ସଫା କାଚର ଖେଳନା ।। 


ଝରାଇଛ ଯାହା ଦେହୁ ରକ୍ତ 

ଯାହାକୁ ଭାଙ୍ଗିଛ ଦିନେ ନିଜ ହାତେ

ଯାହାକୁ ଖୋଜି ପାଇଥିଲ ନିଜ ସାଥେ

ଯାହାକୁ ଦେଇଥିଲ ଭରସା ବିଶ୍ୱାସେ

ସେ ରକ୍ତକୁ ପାରିବ ତ ପ୍ରିୟତମା

ମାଖି ଦେବ ସିନ୍ଦୂର କରି ମାଥେ ।।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract