STORYMIRROR

Kusum Panda

Inspirational

3  

Kusum Panda

Inspirational

ପ୍ରିୟତମା

ପ୍ରିୟତମା

1 min
193


ବୁଝି ହେଉନାହିଁ ଆଜି ସେସବୁ

କେମିତି କହିବି

କେମିତି ଲେଖିବି ସେସବୁ

ମନ ଅଛି ,ହଁ...

କେତେବେଳେ କେଉଁ ଅଧା ଗଢା

 ଦିନ ରାସ୍ତାରେ ତ

ଆଉ ପୁଣି ଏକା ଏକା ନିଶବ୍ଦ ରାତିରେ

ଦେଖିବାକୁ ଇଚ୍ଛା ବଢୁଥାଏ

ଲୁଚି ଛପି ସାଗର ସୀମାକୁ ଯାଏ

କାହିଁକି ଏପରି ହୁଏ

କିଏ କାହାପାଇଁ ,

ଏସବୁର ଉତ୍ତରରେ

ତୁମ ଛବି ଆସେ ବାରମ୍ବାର

ଆଖି, ନାକ,ମୁହଁ ଚିତ୍ର କାଟେ

ବାଲୁକା ଶର୍ଯ୍ୟା ଉପରେ

ଠିକ୍ ତୁମକୁ ଭାବି

ପର୍ବତ ଚଢି ଶିଖରରେ 

ପାଟି କରିବାକୁ ଇଚ୍ଛା ହୁଏ

ସତେ କି ପ୍ରତିଟି ଶବ୍ଦର

ଝଙ୍କାରରେ ତୁମେ ଆସ

ଆଉ ଡାକେ,ପ୍ରିୟତମା ! ପ୍ରିୟତମା!

କିଛି କୁହ, ମୋ ପାଇଁ

ଏଠି ଦେଖ.....

ମନ ଅଛି ସେଇ କଥା

ନୀଳ ଆକାଶର ଦିଗବଳୟରେ

ଆସିଥିଲ ଏକ କବିତା ହୋଇ

ଅନର୍ଗଳ ଶବ୍ଦ ସାଥିରେ ଧରି

ଗୁନ୍ଥିଥିଲେ ସେଇ ମାଳା

ମିଶି ଦୁଇ ଜଣ

କହିଥିଲ, ନିଅ ତମର ବେଶ୍

ପସନ୍ଦର ମାଳା

ଶେଷରେ ଗଳାଇଦେଲ

ରହିଲା ବେକରେ ମୋର

ଆକାଶରେ ଉଡୁଥିବା ପକ୍ଷୀକୁ ଦେଖାଇ

କହିଥିଲ,ଏଇ ଦେଖ

ସ୍ବଛନ୍ଦରେ ଉଡୁଛନ୍ତି,ପାରିବତ ତୁମେ

 ତୁମ ପ୍ରିୟତମାକୁ ରଖି

କହିଥିଲି ସୁନାର ପଞ୍ଜୁରୀରେ ରଖି

ଦେଖୁଥିବି ଦିନ ରାତି 

ସ୍ଵପ୍ନଭରା ଅଭୁଲା ସ୍ମୃତି

କେତେ ମନ ଅଛି,କେତେ ଭୁଲିଲିଣି

ଅଧା ମନ ଅଛି,ପୁଣି କେତେ

ପୁରା ମନ ଅଛି

କୁହ ତୁମେ କୋଉଠି ଏବେ

ମୁଁ ଏବେ ଖାଲି

ଝୁରୁଛି ପ୍ରତି ମୁହୂର୍ତ୍ତରେ...

ତୁମେ ରହିଗଲ କଥା ଦେଇ

ଭାଙ୍ଗି ଦେଲ ସ୍ୱପ୍ନର ଆଶା କବିତା ହୋଇ

 ନିବୃତ ହେଲ

ଆଉ କାହାର ହୋଇ

ସେଇ ମାଳ ଆଉ ନାହିଁ 

ସେଇ ସମୟ ଆଜି ନାହିଁ

ଅଛି ଖାଲି ସେଇ ଆକାଶ

ଦିଗବଳୟ ରହି

ଶବ୍ଦର ମାଳ

ଆଉ ବେକରେ ନାହିଁ

ଗଲା କୁଆଡେ ପୁଣି 

ଅନ୍ୟର ହୋଇ....।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational