ପ୍ରିୟତମା
ପ୍ରିୟତମା
(୨) ପ୍ରିୟତମା
ଦେଖାରେ ହୁଏ ସେ ଅନୁରାଗ ପୁଣି ବଢ଼ି ହୋଇଯାଏ ପ୍ରେମ,
ପ୍ରେମ ବଢ଼ିହୁଏ ଜୀବନ ସଙ୍ଗିନୀ ପ୍ରିୟତମା ତାର ନାମ |୧|
ସୁଖରେ ଦୁଃଖରେ ସହଭାଗୀ ହୁଏ ହୃଦୟ ଭିତର କଥା,
ଯାହାର ସାଥିରେ ବିତରଣ କଲେ ହରିନିଏ ସବୁ ବ୍ୟଥା |୨|
ସିଏ ପ୍ରିୟତମା କହିବା ଆଗରୁ ବୁଝିନିଏ ଯିଏ ଭାଷା,
ଆଖି କହିଦିଏ ନୀରବ ଭାଷାକୁ ବାଢ଼ିଦିଏ ଅଭିଳାଷା |୩|
(୨) ପ୍ରିୟତମା
ଛଟକି ପ୍ରେମିକା ଭୁଲେଇ ଭାଲେଇ ବନିଯାଏ ପ୍ରିୟତମା,
କେତେବେଳେ ପୁଣି ଚୁଟି କାଟିଦିଏ ଅଭିନୟ ଅନୁପମା |୧|
ପ୍ରିୟତମା ନାମେ କଳଙ୍କ ପସରା ସମାଜର ଅଭିଶାପ,
ନିଜ ପରିବାର ଚୂଲିକୁ ପୂରେଇ କହିଥାଏ ନୂଆ ଗପ |୨|
ପ୍ରିୟତମା ସିନା ନାମକୁ ମାତର ଅପ୍ରିୟର କାରନାମା,
ସ୍ବାର୍ଥକୁ ସରଗ ମାନିଥାଏ ସିଏ ସର୍ପ ତୁଲ୍ୟ ପ୍ରିୟତମା |୩|
(୩) ପ୍ରିୟତମା
ପ୍ରିୟ ଭାବୁଥାଏ ପ୍ରିୟତମା ବୋଲି ସିଏ କା'ର ପ୍ରିୟତମା,
ଚପଳା ଚମକ ଆଖିରେ ତାହାର ମାନେ ନାହିଁ ପରିସୀମା |୧|
ପ୍ରିୟତମା ପାଖେ ନିଜକୁ ଲୁଚାଇ ଚାଲିଯାଏ ପ୍ରିୟା ଘର,
ମିଛିମିଛିକା ଏ ସଂପର୍କର ସେତୁ ସବୁ ଲାଗେ ତାକୁ ପର |୨|
ମିଛ ପାହାଡ଼ର ଶିଖରରେ ବସି ହିସାବ ପାରୁନି କରି,
କିଏ ତ କାହାର ପ୍ରିୟ ପ୍ରିୟତମା ମିଛ ମାୟା ଯାଏ ଭରି |୩|
ପ୍ରିୟତମା ଏଠି ଚିହ୍ନିବାକୁ ହେବ ଅସଲ ମୁକୁତା କିଏ ,
କଷଟି ପଥର ଘଷିଦେଲେ ପରା ଫୁଟି ଉଠେ ପ୍ରିୟା ସିଏ |

