STORYMIRROR

Manash ranjan Pattanayak

Abstract

2  

Manash ranjan Pattanayak

Abstract

ପ୍ରିୟତମା ସ୍ମୃତି +++++++-+

ପ୍ରିୟତମା ସ୍ମୃତି +++++++-+

1 min
245


ବାହା ହୋଇ ଯିବ ପ୍ରିୟା ବେଦୀରେ ବସିବ,

ପକ୍ଷୀରାଜ ଘୋଡା ଚଢି ପ୍ରିୟ ତା ଆସିବ


ମଂଗନ ମହୁରୀ ତା,ର ଦୁଆରେ ବାଜିବ,

ଶାଶୁଘର ଯିବା ପାଇଁ ପ୍ରିୟା ସଜ ହେବ


ହାତରେ ମେହେନ୍ଦି ପୁଣି ପାଦରେ ଅଳତା,

ସୁନେଲି କିରିଟୀ ପିନ୍ଧି ଯିବ ଚାଲି ଏକା


ଦିନେ ଥିଲୁ ଲୋ ସଜନୀ ଲାଜୁକୁଳୀ ଲତା,

ପାଖରେ ଦେଖିଲେ ମୋତେ ପଡେ ତୋ ଭୃଲତା


କହଲ କହଲ ପ୍ରିୟା କେମିତି ତୁ ଯାଉ,

ସଦା ସୁହାଗିନୀ ସାଜି ସିନ୍ଦୁର ତୋ ଥାଉ


ସକଳ ଚିନ୍ତାକୁ ତୋର ଈଶ୍ବର ଯେ ନେଉ,

ହସ ହସ ବଦନ ରେ ତୋ ସଂସାର ହେଉ


ବରଷା ଦିନରେ ତୁହି ଥିଲୁ ଲୋ ଶ୍ରାବଣୀ,

ଭିଜିବାକୁ ଇଛା ଥିଲା ଡାକିଲୁନି ଜାଣି


ସରସ କଥାରେ ପ୍ରିୟା ଥିଲା ଅଭିମାନୀ,

ମନ୍ତ୍ର ଜଣା ନ ଥିଲା ଯେ କରିବା କୁ ରାଣୀ


ଶଂଖା ଓ ସିନ୍ଦୁର ଦିନେ ଦାବି କରିଥିଲୁ,

ଦିଅ ତୁମେ ପ୍ରିୟତମ ବୁଝାଇ କହିଲୁ


ନ ଗାଇବା ଗୀତ ଯାହା ସେ ଦିନ ଗାଇଲୁ,

ଅଭିମାନୀ ହୋଇ ରାଣୀ ଛନ୍ଦ ତୁ ଭୁଲିଲୁ


ଯାଆ ଗୋ ପ୍ରିୟା ଦୂରେ ସୁହାଗ ସିନ୍ଦୁର ନେଇ,

କଜ୍ବଳ ବହି ଆସଇ ଆଉ କାନ୍ଦ ନାହିଁ


ଆଶୀର୍ବାଦ ଦେବା ପାଇଁ ଭାଷା ମୋର କାହିଁ,

କିପରି ବଂଚିବି କହ ଏକା ଏକା ମୁହିଁ


ଦୂରରେ ବି ଥାଇ କେବେ ମନେପଡି ନାହିଁ,

ଛାତି କୁ ପଥର କରି ମୁହଁ ମୋଡି ଦେଇ


କି ଦୋଷ କରିଲି ପ୍ରିୟା ପାଉନାହିଁ ଖିଅ,

ହୃଦୟରେ ଭସା ବାଦଲ ର ହୁଏ ସୁଅ


ମନେପଡ଼େ ନାହିଁ କେବେ ଅତୀତ ର ସ୍ର୍ମୃତି,

ପ୍ରେମ ଆଣି ଯାଚିଥିଲା ଥିଲା ଅନୁଭୂତି


ଅସହାୟ ମନ ଥିଲା ଧନ୍ୟ ତାର ମତି,

ତଥାପି ତୋର ପ୍ରେମକୁ ରଖିବି ସାଇତି


ସଦା ସର୍ବଦା ଯନ୍ତ୍ରଣା ହେଲାରେ ପ୍ରକଟ,

ଏ କି ବିଷ୍ବଜ୍ବ୍ୟାଳେ କିଏ କରିଗଲା ଫାଟ


ଦଇବ ବଇରୀ ହେଲା ଭାଂଗିଦେଲା ଭେଟ,

ଭୁଲିଗଲୁ ପ୍ରିୟା ଡୁ ରେ ଚାହିଁଲୁନି ବାଟ


ମେଘକୁ ମୁଁ ପଚାରଇ ପ୍ରିୟାକୁ ଦେଖିଛୁ,

ଖବର କି ଅଛି ସତେ ଖୁସିରେ ନାଚୁଛୁ


ହାତଠାରି ମନାକଲା କାହିଁକି ଭାବୁଛୁ,

ମିଛସତ ଦୁନିଆ ରେ ଅଶ୍ରୁ ନିଗାଡୁଛୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract