ପ୍ରିୟତମ
ପ୍ରିୟତମ
ତଥାପି ବଂଶୀ ବାଜୁଛି
ଉନ୍ମତ ପାଗଳିନୀ ପ୍ରେମିକା ସାଜିଛି
ବଂଶୀ ବାଜୁଛି
ଅନ୍ତର ରୁ ଅନ୍ତରୀକ୍ଷ
ଅନୁରଣିତ ଅନ୍ତସ୍ୱର
ଛଳ ଛଳ ପ୍ରଶ୍ନ ମାନଙ୍କର
ଧୀରେ ଧୀରେ ପରଦା ହଟୁଛି
ଗାଢ଼ କୃଷ୍ଣ ରଙ୍ଗ ଆକାଶ ଫାଙ୍କ ରୁ
ଜହ୍ନ ହସୁଛି
ତମେ ଆସିଛ
ଚନ୍ଦନ ର ବାସ୍ନା ପରି
ମହ ମହ ସ୍ବପ୍ନ ମାନେ
ଶେଷ ବୁନ୍ଦାକ ମହୁ ପାଇଁ ହିଁ ତ
ଏତେ ଦ୍ଵନ୍ଦ ଏତେ ଯୁଦ୍ଧ
ସାଇତି ରଖିଛି .. ଖାସ ତମ ପାଇଁ
ଥରେ ଓଠ କୁ ଓଠରେ ଦିଅ ଛୁଇଁ
ଶୋଷି ନିଅ ଯେତେ ଶୋଷ, ମୋହ, ମହୁ
ଆଉ ଟିକେ ଗାଢ଼ ହେଉ ନିଶା
ଶବ୍ଦ ମାନେ ଲଙ୍ଘି ଯାନ୍ତୁ ସବୁ ସୀମା ରେଖା
ଅବ୍ୟକ୍ତ ଯେତେ ସବୁ
ଝରିଯାନ୍ତୁ କବିତା ଟିଏ ହୋଇ
ପ୍ରୀତି ପରିଧି ରେ
ପ୍ରଣୟ ବିଥି ରେ
ଦିନ ରାତି ବିତିଯାଉ
ପ୍ରିୟତମ ପ୍ରତୀକ୍ଷା ରେ

