STORYMIRROR

Nirupama Bhattamishra

Romance

2  

Nirupama Bhattamishra

Romance

ପ୍ରିୟତମ

ପ୍ରିୟତମ

1 min
128

ତଥାପି ବଂଶୀ ବାଜୁଛି

ଉନ୍ମତ ପାଗଳିନୀ ପ୍ରେମିକା ସାଜିଛି

ବଂଶୀ ବାଜୁଛି

ଅନ୍ତର ରୁ ଅନ୍ତରୀକ୍ଷ

ଅନୁରଣିତ ଅନ୍ତସ୍ୱର

ଛଳ ଛଳ ପ୍ରଶ୍ନ ମାନଙ୍କର

ଧୀରେ ଧୀରେ ପରଦା ହଟୁଛି

ଗାଢ଼ କୃଷ୍ଣ ରଙ୍ଗ ଆକାଶ ଫାଙ୍କ ରୁ

ଜହ୍ନ ହସୁଛି

ତମେ ଆସିଛ

ଚନ୍ଦନ ର ବାସ୍ନା ପରି

ମହ ମହ ସ୍ବପ୍ନ ମାନେ

ଶେଷ ବୁନ୍ଦାକ ମହୁ ପାଇଁ ହିଁ ତ

ଏତେ ଦ୍ଵନ୍ଦ ଏତେ ଯୁଦ୍ଧ

ସାଇତି ରଖିଛି .. ଖାସ ତମ ପାଇଁ

ଥରେ ଓଠ କୁ ଓଠରେ ଦିଅ ଛୁଇଁ

ଶୋଷି ନିଅ ଯେତେ ଶୋଷ, ମୋହ, ମହୁ

ଆଉ ଟିକେ ଗାଢ଼ ହେଉ ନିଶା

ଶବ୍ଦ ମାନେ ଲଙ୍ଘି ଯାନ୍ତୁ ସବୁ ସୀମା ରେଖା

ଅବ୍ୟକ୍ତ ଯେତେ ସବୁ

ଝରିଯାନ୍ତୁ କବିତା ଟିଏ ହୋଇ

ପ୍ରୀତି ପରିଧି ରେ

ପ୍ରଣୟ ବିଥି ରେ

ଦିନ ରାତି ବିତିଯାଉ

ପ୍ରିୟତମ ପ୍ରତୀକ୍ଷା ରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance