ପ୍ରିୟତା ପଥରେ
ପ୍ରିୟତା ପଥରେ
ପ୍ରିୟତା ପଥରେ ପ୍ରଣୟର ପୁଷ୍ପ
ପ୍ରୀତି ପ୍ରେମେ ପରି ପୂର୍ଣ୍ଣ ସେ ରୂପ
ପ୍ରାକୃଟ କରଇ ପ୍ରେମ ଅନୁରାଗ
ସ୍ଵର୍ଣ୍ଣ ଅଙ୍ଗି ତୁମେ ଅଟ ପ୍ରେମ ଦୁର୍ଗ ।
ମନ୍ଦ ମନ୍ଦ ତୁମ ହାସ୍ୟ କୋରକ
କ୍ଷୁର୍ଣ୍ଣ କରେ ଅନ୍ତ ହୁଏ ବିଦାରକ
ଚଞ୍ଚଳତା ଭରା ନୟନ ପାଖୁଡା
ଚାହାଣୀ ରେ ଛନ୍ଦ ମଧୁର ସେ ପୀଡା ।
ରକ୍ତିମ ଗୋଲାପ ପାଖୁଡା ଅଧରେ
ଅମିୟ ତୁଲ୍ୟ ବାର୍ତ୍ତା କର ସୁଧିରେ
ପ୍ରେମ ଦୀପ୍ତେ ତୁମ୍ଭ ମୁଖ ଉଜ୍ଜଳିତ
ତୁମ୍ଭ ଦିବ୍ୟ ଗୁଣେ ମୁହିଁ ପ୍ରଲୋଭିତ ।
ଚାରୁ କାୟା ହେମାଙ୍ଗୀ ଆନ କେ ହେବ
ଅଳଙ୍କାରେ ପୂର୍ଣ୍ଣ ତୁମ୍ଭ ରୂପ ଅପୂର୍ବ
ପଟ୍ଟ ବସ୍ତ୍ର ସଙ୍ଗେ ପଦଙ୍ଗଦ ଶବ୍ଦ
ସୁନ୍ଦରୀସାର ଦେଖି ପ୍ରେମେ ଆବ
ଦ୍ଧ ।
ପ୍ରିୟତମା ପ୍ରେମ ପ୍ରଣୟ ଉତ୍ତମ
ସ୍ପର୍ଶ ଶିହରଣ ଅଟେ ମନୋରମ
ନିର୍ଜନତା ରେ ଯେବେ ସମ୍ମୁଖେ ବସ
ମାନସ ପଟ୍ଟରେ ଯେ ସୁସଞ୍ଚ ହସ ।
ମନ ପ୍ରଭାବନ୍ତ ତୁମ ଉପସ୍ଥିତେ
ବିଷଦ ଅନ୍ଧାର ରହେ ନାହିଁ ସ୍ଥିତେ
ଜ୍ୟୋତି ମୋତି ତୁମ୍ଭ ଆହ୍ଲାଦ କୁ ଦେଖି
ମ୍ରିୟମାଣ ଅନ୍ତ ହୋଇ ଯାଏ ସୁଖି ।
ପ୍ରେମ ଗଭୀରତା ମରମେ ଭେଦଇ
ନିର୍ମଳ ପଣ ରେ ଗାମ୍ଭୀର୍ଯ୍ୟ କରଇ
ପ୍ରେମ ପାରାବାର ପଥେ ବିଭୋର
ଅନ୍ତଃକରଣର ମୋ ପ୍ରେମେ ଆବୋର ।
ପ୍ରିୟତା ପଥ ରେ ପଥିକ ଟେ ହୋଇ
ଚାଲିବା ଉତ୍ସୁକ ମୁଁ ସଦା ତା ପାଇଁ
ଆଜୀବନେ ଜୀବନ କରି ରଖିବି
ପ୍ରିୟତମା କୁ ମୋ ପ୍ରେମେ ବାନ୍ଧିବି ।