ପ୍ରିୟଶତ୍ରୁ
ପ୍ରିୟଶତ୍ରୁ
ତୁମେ ତ’ ମୋର ଆପଣାଠୁ ବଳି ଆପଣାର ଶତ୍ରୁ
ହୃଦୟରୁ ଝରାଇ ଦେଇଛ ମୋର ଥୋପାଥୋପା ରକ୍ତ
ହାତ ମୁଠିରେ ଧରାଇ ଦେଇଛ
ଯନ୍ତ୍ରଣାର ରକ୍ତଗୋଲାପ ।
ତୁମକୁ ଭୁଲିଯିବା ପାଇଁ ଏଜନ୍ମ ନୁହେଁ
ସାତ ଜନ୍ମ ବି ନିଅଣ୍ଟ ପଡ଼ିବ
ତୁମ ସ୍ମୃତିର କଣ୍ଟକିତ ଶଯ୍ୟାଧାରେ
ମତେ ଆଖି ବୁଜି ଶୋଇବାକୁ ହେବ
ଆଉ ଏକ ଯୁଗ ଆସିବା ପର୍ଯ୍ୟନ୍ତ ।
ଜୀବନକୁ ବୁଝୁବୁଝୁ ବାଟବଣା ହୋଇଗଲି ମୁଁ
ତୁମ ଆଖି କୋଣେ ପୀୟୂଷର ଧାର ଦେଖି
କିନ୍ତୁ ମୁଁ କି ଜାଣିଥିଲି ପାଦ ମୋ ଅଟକି ଯିବ
ଠିକ ତୁମ ଆଖି ସାମ୍ନାରେ
ଯେଉଁଠୁ ମୁଁ ଫେରିବିନି କେବେ ।
ହେ ମୋର ପ୍ରିୟ ଶତ୍ରୁ
ତୁମ ସ୍ବପ୍ନପୁରୀରେ କିନ୍ତୁ
ବଞ୍ଚିବାର କୌଶଳ ଜଣାନଥିଲା ମତେ
ମିଛରେ ମତେ ମୈତ୍ର କଲ ଯେ ପାଲଟିଗଲ ଶତ୍ରୁ
ହେ ମୋର ପ୍ରିୟ ଶତ୍ରୁ । ।
....
ପ୍ରକାଶ ରଂଜନ ପରିଡ଼ା
ନିଶିପ୍ରଦୀପ, ଅଶୋକନଗର, ବାତୋ, କେନ୍ଦୁଝର
Mob 9438080583
Email litp.ranjan@gmail.com