STORYMIRROR

Hitendra Mohanta

Romance

3  

Hitendra Mohanta

Romance

ପ୍ରିୟାର ସୌଗନ୍ଧ

ପ୍ରିୟାର ସୌଗନ୍ଧ

1 min
13.7K



ହିତେନ୍ଦ୍ର ନାଥ ମହାନ୍ତ


ଏତେ ଦିନ ଯାଏଁ ଦେଖୁଥିଲି ତୋର ---

ସ୍ୱପ୍ନିଳ ଆଖିରେ ସୁଢଳ ରମଣ

ତୃଷାର୍ତ୍ତ ଓଠରେ ଚଗଲା ଫଗୁଣ

କ୍ଷୁଧାର୍ତ୍ତ ଚିବୁକରେ ଦୁଷ୍ଟ ଶ୍ରାବଣ ॥

ଅନୁଭବ କିନ୍ତୁ ଏବେ ସମ୍ପୂର୍ଣ୍ଣ ଭିନ୍ନ.....

ବିବିଧ ସୌନ୍ଦର୍ଯ୍ୟର ବର୍ଣ୍ଣାଳୀ ତୁ

ସମୃଦ୍ଧ ମାଧୁର୍ଯ୍ୟର ଚିତ୍ରାଳୀ ବି ।।।

ଅଳସୀ ବେଣୀରୁ ଝରୁଛି ତୋର

ଜ୍ଯୋତ୍ସ୍ନା ରାତିର ସୋହାଗ ସୁମନ

ସରସୀ ଛାତିରେ ଲହଡି ଭାଙ୍ଗୁଛି

ଉଷ୍ମ ପ୍ରୀତିର ମଧୁ ସମ୍ମୋହନ ॥॥

ଦେହରେ ମନରେ ମୃଦୁ ପ୍ରଶ୍ନବ‍ାଣ.....

ଛାତି ଓଢଣୀ କି ଘୋଡାଇ ପାରିବ

ପ୍ରିୟା ମନ ତଳ ଉଚ୍ଛୁଳା ଯୌବନ !!!!!

##################


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance