ପ୍ରିୟାକୁ କେଇପଦ
ପ୍ରିୟାକୁ କେଇପଦ
ଅନୁଗାମୀ ନୁହେଁ ପ୍ରିୟା
ସହଗାମୀ ହେବା,
ଜୀବନର ଚଲାପଥେ
ସାଥେ ସାଥେ ଥିବା ।
କା'ର ଗୋଡ ଖସିଗଲେ
ଧରି ହସ୍ତ ଆନ,
ଆଦରେ କୋଳେଇ ନେବା
ଫିଙ୍ଗି ଅଭିମାନ ।
ଦୁଃଖ ସୁଖ ଗଣ୍ଠିଲିକୁ
କରି ଭାଗ ଦୁଇ,
ବୋହି ନେବା ନିଜ ସ୍କନ୍ଧେ
ଆମେ ସାଥି ହୋଇ ।
ଚକ୍ଷୁ ଦେଖି ପଢିନେବା
ମନ ହୄଦ କଥା,
ଅଞ୍ଜଳିରେ ଭରି ଦେବା
ପ୍ରେମ ପ୍ରୀତି ଶ୍ରଦ୍ଧା ।
ପରିବାର ବୋଝ ଆମ
ହେବନାହିଁ ଭାରି,
ଦୁହେଁ ମିଶି ସିଞ୍ଚୁଥିବା
ସଦା ପ୍ରେମବାରି ।

