ପ୍ରିୟା
ପ୍ରିୟା
ଜଳିଯାଏ ମୁଁ ହଁ ଜଳିଯାଏ
ଯେବେ ସ୍ପର୍ଶ କରେ .......
ତୁମ ଶୀତଳ ଉଜ୍ଜ୍ୱଳ ଆଲୋକ ମୋତେ ।
ଭିଜିଯାଏ ମୁଁ ହଁ ଭିଜିଯାଏ
ବିନା ବର୍ଷାରେ......
ତୁମ ପ୍ରୀତିଭରା ଉଷ୍ମ ଆଲିଙ୍ଗନେ ।
ହଜିଯାଏ ମୁଁ ହଁ ହଜେଇଦିଏ ନିଜକୁ
ନୀରବ ଭାବରେ.... ଏକାନ୍ତରେ
ତୁମ ରୂପେଲି କିରଣର ଆକର୍ଷଣେ ।
ବାଦଲ ଆଢୁଆଳେ ଖେଳ ଲୁଚକାଳି
ଜୋଛନା ବରଷାଇ ମନେଦିଅ ପ୍ରେମ ଜାଳି
ଚୋରା ଚାହାଣୀ ତୁମର କରେ ଆନମନା
ଚଗଲି ମନ ମୋ ସେଥିଲାଗି ଧାଇଁ ଆସେ ସିନା ।
ବୁଡିଯାଏ ମୁଁ ହଁ ବୁଡିଯାଏ
ଖୁସିର ଦରିଆରେ......
ଦର୍ଶନ କରେ ଯେବେ ତୁମକୁ ।
ଦୂରେ ତୁମେ ସାଥି ଦୂର ଆକାଶ ବି
ଦୂର ସମ୍ପର୍କ ଆମର ଦୂର ଭାବନା ବି
ଏ ଆକାଶ ଗଛଲତା ସଭିଏଁ ସାକ୍ଷୀ
ପ୍ରେମ ଆମ ନୁହେଁ ମିଳନ ଅନୁରାଗୀ ।
ଜାଣିଛି ମୁଁ ଆଉ ଜାଣିଛ ତୁମେ
ମାନୁ କି ନମାନୁ ଏ ସାରା ଦୁନିଆଁ
ତୁମେ ମୋର ପ୍ରିୟ ମୁଁ ତୁମ ପ୍ରିୟା ।

