ପ୍ରିୟା
ପ୍ରିୟା
ବୟସର ପୂର୍ବାହ୍ନରେ
ଉପନୀତ ହୋଇ ।
ଖୋଜି ବୁଲୁଥିଲି ପ୍ରିୟା
ପ୍ରେମିକଟି ପାଇଁ ।।
ଭାଗ୍ୟ ବଳେ ଦେଖା ହେଲା
ସାଥିରେ ତୁମର ।
ମିଠା କଥା କହି ମନ
କିଣିନେଲ ମୋର ।।
ଗୋଲାପୀ ଓଠରେ ଯେବେ
ତୁମେ ଦେଲ ହସି ।
ସେତେବେଳେ ତୁମ ପ୍ରେମେ
ଗଲି ମୁହିଁ ଫସି ।।
ଗୋରା ଗୋରା ଗାଲେ ତୁମ
କୁଞ୍ଚନ ଯେ ଥାଏ ।
ହସି ଦେଲେ ତୁମେ ତାହା
ଅତି ଶୋଭା ପାଏ ।।
କଳା କଳା ପ୍ରିୟା ତୁମ
ଲମ୍ବା ଘନ କେଶ ।
ଖେଳାଏ ତରଙ୍ଗ ହୃଦେ
ଥାଇ ତୁମ ପାଶ ।।
ନୟନ ଯୁଗଳ ତୁମ
କାଚ ବାଟି ସତେ ।
ନସିକାଟା ଶୋଭା ପାଏ
ରହି ତୋ'ର ମୁଖେ ।।
ପତଳା ଅଣ୍ଟାକୁ ତୋର
ତନୁ ମାନେ ଭାରି ।
ଦେଖିକରି ଖୁସି ହୁଏ
ମନ ପ୍ରିୟା ମୋ'ରି ।।

