STORYMIRROR

Mrutyunjaya Sahoo

Romance

3  

Mrutyunjaya Sahoo

Romance

ପ୍ରିୟା ଯେବେ ରୁଷେ

ପ୍ରିୟା ଯେବେ ରୁଷେ

1 min
181

ପ୍ରୀତି ପରିଧିର ପରଦା ପକାଇ

ପ୍ରିୟା ମୋ ବସିଛି ରୁଷି,

ପାରିଜାତ ପୁଷ୍ପେ ପୀରତି ପଖାଳି

ପାଖେ ପାଇ ହେବ ଖୁସି ।


ପ୍ରେମ ପ୍ରଣତିର ପରଶ ଫାସରେ

ପକାଇ ପ୍ରଥମ ଗଣ୍ଠି,

ପ୍ରତିଥର ପରି ପୋଛୁଚି ପଣତେ

ପ୍ରାଣର ପ୍ରୀତିମା ଏଠି ।


ପାଗଳ ପରାଏ ପ୍ରେମଯେ ପ୍ରିୟାର

ପଟେ ପଟାନ୍ତର ଦେଖ,

ପୁନିତ ପୂର୍ଣମୀ ପ୍ରତ୍ୟାଗମନରେ

ପଙ୍କଜ ପାଖୁଡା ମୁଖ l



Rate this content
Log in

Similar oriya poem from Romance