ପ୍ରିୟା ପାଇଁ ପଦେ
ପ୍ରିୟା ପାଇଁ ପଦେ
ପ୍ରିୟା ମୋହର ଅଳସୀ କନ୍ୟା,
ଦେହେ ବହେ ତା ବୟସ ବନ୍ୟା ।
ଅଧର ତା'ର ନାଲି ମନ୍ଦାର,
ଦିଶଇ ଆହା କେଡ଼େ ସୁନ୍ଦର ।।
ଦନ୍ତ ଅଟେ ଯେ କୁନ୍ଦ କୁସୁମ,
ଲାଗୁଥାଇ ଭାରି ଅନୁପମ ।
ନୀଳୋତ୍ପଳ ତା ଚକ୍ଷୁ ଯୁଗଳ,
ଦିଶୁ ଯେ ଥାଇରେ ଢଳ ଢଳ।।
ନାସିକା ତା'ର ରାଶିର ଫୁଲ,
ଲାଗଇ ସତେ ବହୁତ ଭଲ ।
କୋଟି ପଦମ ମୁଖ ତାହାର,
ଦିଶେରେ ଆହା କି ମନୋହର ।।
କନକ ଚମ୍ପା ଦେହ ତାହାର,
ରାଜକୁମାରୀ ରୂପ ରାଜ୍ୟର ।
ଦହନ କରେ ମଦନ ବନ,
କେବେ କରିବ ପୁର ମଣ୍ଡନ।।

