Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Romance Fantasy

3  

Santosh Kumar Ojha

Romance Fantasy

ପ୍ରିୟା-୪୬

ପ୍ରିୟା-୪୬

1 min
134



ଜହ୍ନରେ ଦେଖିନି କେବେ ତୁମ ମୁହଁ

       ବନରେ ଦେଖିନି ତୁମକୁ

ଘନରେ ଦେଖିନି କେବେ ତୁମ ରୂପ

         ମନରେ ରଖିଛି ତୁମକୁ ।


ମୁଁ ତୁମକୁ ଏତେ ଭଲ ପାଏ ବୋଲି

       କହି ନାହିଁ କେବେ କାହାକୁ

ତମେ ମୋତେ କେତେ ଭଲ ପାଅ ହାଏ

         ପଚାରି ବି ନାହିଁ ମନକୁ

ଏତିକି ଜାଣିଛି ତୁମେ ମୋ ପାଇଁ

        ଝୁରୁ ଥିବ କାଳ କାଳକୁ ।


ଦିନରେ ଦେଖିନି କେବେ ତୁମ ଛାଇ

       ରାତିରେ ଖୋଜିନି ତୁମକୁ

ସ୍ବପ୍ନରେ ଦେଖିନି କେବେ ତୁମ ଛବି

        ଛାତିରେ ରଖିଛି ତୁମକୁ ।


ମନ କଥା ଖୋଲି କହି ନାହିଁ କେବେ

        ଚିଠିଟେ ଲେଖିନି ତୁମକୁ

ତମେ ବି ତ କେବେ କହି ନାହଁ କିଛି

       ଡରି ଡରି ଲୋକବାଦ କୁ ।


ମନର ଦହନ ମନରେ ଗୋପନ

       ନିଜେ ମୁ୍ଁ ବୁଝାଏ ନିଜକୁ

ଗୀତରେ ଲେଖିନି କେବେ ତୁମ ନାଆଁ

       ସ୍ବର ରେ ତୋଳିନି ତୁମକୁ ।


ତୂଳୀରେ ଆଙ୍କିନି ତୁମ ଛବି କେବେ

        ଆଖିରେ ରଖିଛି ତୁମକୁ

ପ୍ରିୟା ପ୍ରିୟା

କୁହ, ପାଇବି କି ନାହିଁ ତୁମକୁ ?

ପ୍ରିୟା। ।

         



Rate this content
Log in

Similar oriya poem from Romance