STORYMIRROR

ସନାତନ ଦାସ

Classics

3  

ସନାତନ ଦାସ

Classics

ପ୍ରିୟ ପଖାଳ

ପ୍ରିୟ ପଖାଳ

1 min
272

ଓଡ଼ିଆ ମାଟିର ଦେଶୀ ମହକଟା

ପଖାଳ ଭାତରୁ ଆସେ,

ଓଡ଼ିଆ ମନଟା ଖୁସି ହୋଇଯାଏ

ଯେବେ ପଖାଳରେ ଦହି ମିଶେ!!


ଆଳୁ ଚକଟା ଶାଗ ଖରଡ଼ା ସାଥେ

ମାଛ ଭଜା ବଡ଼ି ଚୁରା,

ତୋରାଣି ଟିକେ ପିଇ ଦେଲେ ଲାଗେ

ସତେ କି ଅମୃତ ଧାରା..!!


ଦୀନ ଜନର ନୀତିଦିନ ଖାଦ୍ୟ

ମାଟି ହାଣ୍ଡିରେ ଭାସି ଥାଏ,

ସେଇ ପଖାଳର କି ଗୁଣ ଗାଇବି

ଜଗା ବି ଆନନ୍ଦେ ଖାଏ..!!


ଓଡ଼ିଆ ଘରର ସେ ସରଗ ପୀୟୂଷ

ସବୁରି ପ୍ରାଣ ସ୍ପନ୍ଦନ,

ହୃଦୟ ସହିତ ଦେହ ସୁଶୀତଳ

ପ୍ରୀତ ହୋଇଯାଏ ମନ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics