Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ପରିସ୍ଥିତି

ପରିସ୍ଥିତି

1 min
4



ସମୟଚକରେ ବଦଳେ

ସକଳ ପରିସ୍ଥିତି

ଅମୀର ବି ହୁଏ ଫକୀର

ଧ୍ରୁବ ସତ୍ୟ ଏ ଗତି ।


ଧୈର୍ଯ୍ୟ, ସହିଷ୍ଣୁତା, ସାହସ

ଦୃଢ଼ ମନୋବଳରେ

ସବୁ ଦୁଃସ୍ଥିତିର ସାମନା

ଯେଉଁ ମାନବ କରେ ।


ଲଙ୍ଘି ସେ ସୀମା ସରହଦ

କଷ୍ଟ ପାରେ ନିବାରି

ଖୁସି ଉପବନେ ପହଞ୍ଚି

ତୋଳଇ ଅସୁମାରି ।


କାଉଁରିଆ ଡାଙ୍ଗ ସାଜିଲେ

ହୃଦୟ ମଡ଼ମଡ଼

ଭାରି ହୋଇ ଯନ୍ତ୍ରଣା ଭାର

ମନଟି ଲଡ଼ବଡ଼ ।


ଜଗାଇ ଚେତନ ଚେତନା

ଅବସ୍ଥା ବଦଳାଇ

ପରିସ୍ଥିତି ଦାସ ନବନି

ତାକୁ ଦାସ କରାଇ ।


ଚଳାଇ ସାମର୍ଥ୍ୟ ରଥକୁ

ଧୀରେ କରି ଗମନ

ମନ ଦଉଡ଼ିର ଲଗାମେ

ପଥ ଅନୁଧାବନ ।


ସୁଖଦୁଃଖ ଦୁହେଁ ଆସନ୍ତି

ଯାଆଁଳା ଭାଇ ସମ

ବୁଝାଇ ପାରିଲେ ନିଜକୁ

ନିଶ୍ଚେ ଶାନ୍ତି ଅସୀମ ।


Rate this content
Log in

Similar oriya poem from Inspirational