STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ପରିସମାପ୍ତିର ଅବଶୋଷ

ପରିସମାପ୍ତିର ଅବଶୋଷ

1 min
183

ସବୁର ପରିସମାପ୍ତି ପାଇଁ କ'ଣ ଦିନ ଟିଏ ହେବ

ଦୁଃଖ,ଅବଶୋଷ,ଅବସାଦ,ମୃତ୍ୟୁ ଅଛି ରହିବ

ସୁଖ,ଶାନ୍ତି,ସାନ୍ତ୍ଵନା,ଜନ୍ମ ବି ତ ରହିଛି ନା !


ବ୍ରହ୍ମାଣ୍ଡ ପୁଣି ଲୀନ ହେବ,

ମୋ ଭାବନା ବାହାରେ

ସବୁ ଆଶା ନିରାଶା ଭିତରେ

ସୂର୍ଯ୍ୟ ସମ ସ୍ଵପ୍ନ ଟିଏ ଉଙ୍କି ମାରେ

 ଆଞ୍ଜୁଳାଏ ଜଳରେ ବି ତୃଷ୍ଣା ମେଣ୍ଟିଯାଏ


ଦିନ ପରେ ରାତି ,ଋତୁ ପରେ ଋତୁ 

ବଦଳିବା କି ବିଚିତ୍ର କଥା ?

ସବୁତ ଥିଲା ସୃଷ୍ଟି ସହ ସୃଷ୍ଟି ହେଇ

ଅନନ୍ତ ର କି ଅନ୍ତ ?

ଅସରନ୍ତି ରେ ପୁଣି କି ପରି ସମାପ୍ତି

କିଏ କାହିଁ ଭାବିବ ବ୍ରହ୍ମାଣ୍ଡର ପୁନଃ ଉତ୍ପତ୍ତି ।


ଅନନ୍ତ ପରିବ୍ୟାପ୍ତ ନୈସର୍ଗିକ ପ୍ରାସଙ୍ଗିକ 

ସୃଷ୍ଟି ଏକ ଆଶୀର୍ବାଦ ଅନନ୍ତ ମାନବ ଜନ୍ମ ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract