STORYMIRROR

Priyaranjan Biswal

Classics

3  

Priyaranjan Biswal

Classics

ପ୍ରୀତିର ନିଆଁ

ପ୍ରୀତିର ନିଆଁ

1 min
294

ତନୁରେ ଲାଗିଛି ପ୍ରୀତିର ନିଆଁ

ହୁତୁ ହୁତୁ ଜଳେ ପାଇ ବରଷା ଛୁଆଁ


ଜଣାଅଛି ମତେ କିପରି ଲିଭିବ ସିଏ

ହେଲେ ଅକ୍ଷମ ଆଜି ମୁଁ ହୋଇଛି ପ୍ରିଏ


ନାହଁ ବୋଲି ତୁମେ ପାଶେ ମୋହର

ତୁମ କଥା ଭାବି ହୁଏ ଅଧିର


ଇଛାହୁଏ ବାଦଲରେ ଉଡି ଯାଆନ୍ତି ସେ ଦେଶେ

ଯେଉଁ ଠାରେ ପ୍ରିୟା ମୋର ଖିଲିଖିଲି ହସେ


ଏକାନ୍ତରେ ପାଇ ତାକୁ କରନ୍ତି ମୁଁ ପ୍ରେମ

ହେଉ ଏ ବାସ୍ତବ ଅବା ହେଉ ମୋର ଭ୍ରମ


ତା' ପାଦରେ ସେ ପାଉଁଜିର ସ୍ୱର

ଅଶାନ୍ତ କରଇ ହୃଦୟକୁ ମୋର


ତାର ହାତରେ ସେ ଚୁଡିର ଝଙ୍କାର

ଲାଗେ ମତେ ସେ ସ୍ୱର ସବୁଠୁ ସୁନ୍ଦର


ଦେଖିସାରିବା ପରେ ତାର ମୁକୁଳା କେଶ

ଇଛା ହୁଏ ପ୍ରଣୟ ଅନଳେ ଦେବାକୁ ଝାସ


ପ୍ରୀତିଭରା ଚାହାଣୀ ତାର ଛୁରୀଠାରୁ ଧାରୁଆ

ଦେଖି ତାର ସୁନ୍ଦର ତନୁ ହୋଇଯାଏ ମୁଁ ବାୟା


ଶେଯରେ ମୋର ଗୋଲାପ ଫୁଲ ପ୍ରକୋଷ୍ଠରେ ବାସ ଚନ୍ଦନ

ଇଛା ହୁଏ ବାରମ୍ବାର ଦେବାକୁ ତା' ଅଧରେ ଚୁମ୍ବନ


ଯେତେ ଭୟଙ୍କର ସୁଭେ ବାରିଧ ଆଉ ଅହିଙ୍କର ଗର୍ଜନ

ତା'ଠାରୁ ଭୟଙ୍କର ଆଜି ପ୍ରିୟା ନିଃଶ୍ୱାସ ପ୍ରଶ୍ୱାସ ପବନ


ଥରୁଥିଲା ଭୂମି ପୁଣି କମ୍ପୁଥିଲା ଗଗନ

ପୂର୍ଣ୍ଣହେଲା ଆଜିମୋର ସେ ଅଧୁରା ସପନ


କ୍ଲାନ୍ତହେଲା ତନୁ ମୋର ଶାନ୍ତ ହେଲା ପ୍ରଣୟ ଅନଳ

ହେଲେ ଛାଡିବାକୁ ଇଛାନୁହେଁ ପ୍ରିୟାର ସେ କୋମଳ କୋଳ


ଆସିଲେ ଦିବାକର ହେବାକୁ ଲାଗିଲା ଦିନ

ପ୍ରିୟା ମୋର ଚାଲିଗଲା ଫିଟାଇ ବାହୁ ବନ୍ଧନ


ଭାଙ୍ଗିଗଲା ନିଦ ମୋର ଖୋଲିଗଲା ଆଖି

ଜାଣିଲି ବାସ୍ତବ ନୁହେଁ ସ୍ୱପ୍ନ ଥିଲି ମୁଁ ଦେଖି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics