STORYMIRROR

Bijay Prusty

Classics

3  

Bijay Prusty

Classics

ପ୍ରୀତିଫୁଲ

ପ୍ରୀତିଫୁଲ

1 min
231


ତୁମେ ପରା ସେଇ ପ୍ରୀତି କୁଞ୍ଜବନ

ମହୁଲି ମହୁଲି ନିଶା

ତୁମେ ବସନ୍ତର ଆମ୍ର କାନନେ

କୋଇଲି କଣ୍ଠର ଭାଷା


ନିମିଷକେ ତୁମେ ଗଢି ଦେଇପାର

ପ୍ରୀତିର ନନ୍ଦନ ବନ

ଭାଙ୍ଗି ଦେଇପାର କେତେଯେ ହୃଦୟ

ଭାଙ୍ଗିପାର ଅଭିମାନ


ତୁମପାଇଁ ଝୁରେ କେତେ ଯେ ପରାଣ

ଖୋଜେ ପ୍ରୀତିଭରା ସ୍ୱର

ତୁମେ କିନ୍ତୁ ଆଜି ନିର୍ବିକାର ଚିତ୍ତେ

ପିଆଲାକୁ ମୋର ଭର


ତୁମ ରଙ୍ଗବୋଳା ଅଧରକୁ ଯେବେ

ରଙ୍ଗୀନ ମଦିରା ଛୁଏଁ

ଚତୁର୍ଦ୍ଦିଗେ ଖେଳେ ରଙ୍ଗର ଭଉଁରୀ

ପ୍ରୀତି ଫୁଲ ଫୁଟିଯାଏ


        


Rate this content
Log in

Similar oriya poem from Classics