STORYMIRROR

Jayashree Maharana

Romance Fantasy Others

3  

Jayashree Maharana

Romance Fantasy Others

ପ୍ରୀତିମୟ ଧରାଧାମ

ପ୍ରୀତିମୟ ଧରାଧାମ

1 min
220

ଏକ ଓ ଅଭିନ୍ନ ରାଧା ଆଉ ଶ୍ୟାମ ଭିନ୍ନ ଭିନ୍ନ ରୂପଧାରୀ

ଜଣଙ୍କ ଦେହରେ ଆରେକର ସତ୍ତା ସୂକ୍ଷ୍ମ ନେତ୍ରେ ହୁଏ ବାରି

କାହ୍ନୁର ହୃଦୟ ରାଧା ବିନା ସ୍ଥାଣୁ ମନ ପ୍ରାଣେ ରାଧା ନାମ

ଜଗତ ଗାଉଛି ଗାଉଥିବ ସଦା ଦୁହିଁଙ୍କ ଶାଶ୍ୱତ ପ୍ରେମ ।


ରାଧା ଅସମ୍ପୂର୍ଣ୍ଣ ଶ୍ୟାମ ତା'ଜୀବନ ନିଃଶ୍ୱାସ ପ୍ରଶ୍ଵାସେ ସ୍ଥିତ

ଅନ୍ତରେ ଅସୀମ ପ୍ରୀତିର ଉଚ୍ଛ୍ୱାସ କାହ୍ନୁ ନାମେ ସମ୍ମୋହିତ

କାହ୍ନୁ ବଇଁଶୀରେ ରାଧା ରାଧା ତାନ ନିନାଦିତ ରାଧେଶ୍ୟାମ

ଅମୃତ ପୁରବୀ ବିଚ୍ଛୁରିତ ହୋଇ ପ୍ରୀତିମୟ ଧରାଧାମ ।


ପୁରୁଷ ପ୍ରକୃତି ମିଳନର ଗାଥା ଆତ୍ମାରୁ ଆତ୍ମାରେ ଲୀନ

ଶ୍ରୀରାଧା ମାଧବ ଦିବ୍ୟ ଆତ୍ମା ଏକ ଅବିଛେଦ୍ୟ ଚିରାମ୍ଳାନ

ମିଳନ ନ ହୋଇ ଅନନ୍ତ ପ୍ରେମର ପ୍ରବାହ ସଂସାରେ ବ୍ୟାପ୍ତ

ଅନୁଭବୀ ହୃଦେ ପରମ ପ୍ରଶାନ୍ତି ଚେତନା ହୋଇଲେ ମୁକ୍ତ ।


କୃଷ୍ଣ ଭକ୍ତିଭାବ ରାଧା ଉପାସନା ସମର୍ପଣେ ଦିବ୍ୟପ୍ରାପ୍ତି

ଯୁଗେ ଯୁଗେ ରାଧା ମୋହନ ପୂଜିତ ପ୍ରେମ ପୂର୍ଣ୍ଣତାର ଶକ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance