STORYMIRROR

Sandhyarani dash

Abstract

3  

Sandhyarani dash

Abstract

ପ୍ରୀତି

ପ୍ରୀତି

1 min
472

ହୃଦୟେ ଭରିଲା ପ୍ରେମ ର ଫଗୁଣ

ସାତ ରଙ୍ଗେ ଭିଜିଯାଏ

ଅସ୍ତମିତ ରବି ଲାଗଇ ଉଦିତ

ନୂଆ ସ୍ୱପ୍ନ ଦେଖା ଯାଏ

ବୈଶାଖ ର ଖରା ଛୁଇଁଲେ ବି ଧରା

ଲାଗୁନାହିଁ କଣ୍ଟା ପରି

ଶ୍ରାବଣ ର ଧାରା ମନକୁ ବୁଡ଼ାଇ

କଲାଣି ଦରିଆ ପାରି

ମନ ପକ୍ଷୀ ଦେଖ ଡେଣା କୁ ହଲାଇ

ଦୂର ଦିଗ୍ ବଳୟ ଘୁରେ

ସ୍ଵର୍ଗ ପାରିଜାତ ପୁରି ରହିଅଛି

ମନକୁ ଜାବୁଡ଼ି ଧ ରେ

ଫୁଲର କାନରେ ମନ କଥା କହି

ଛକି ପ୍ରଜାପତି ଧରେ

କୁସୁମ ମହକେ ହୃଦ ଆନ୍ଦୋଳିତ

ଚୁପି ଚୁପି ପ୍ରୀତି ଭରେ

ଅଳସି ମନରେ ଅନେକ ସପନ

ତୁମ ପାଇଁ ଦେଖି ଅଛି

ଅକୁହା କଥା କୁ ହୃଦୟେ ମୋହର

ସଜାଇ ପ୍ରୀତି ବାଢୁଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract