Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ପ୍ରୀତି ସୁଧା

ପ୍ରୀତି ସୁଧା

1 min
228



କଳ୍ପନାରେ ଯେବେ ଚିନ୍ତିଲି ତୁମକୁ

ମନରେ ଉଠିଲା ଝଡ

ଆଖିରେ ଦେଖିଲି ତୁମକୁ ଯେଦିନ

ଛାତିହେଲା ଧଡ ଧଡ I

ଯଉବନ ଭରା ଦେହଟି ତୁମର

ମୁହଁଟି ପୂନେଇଁ ଜହ୍ନ

ଅଧରେ ତୁମର ପ୍ରଣୟ ସୁଧା ଲୋ

ନିରିମାଖୀ ତୁମ ମନ I

ଆଖିରେ ତୁମର ଅୟୁତ ଯୁଗର

କାମନା କରିଛି ଘର

ହୃଦୟରୁ ତୁମ ପ୍ରୀତି ନିର୍ଝରିଣୀ

ଝରୁଥାଏ ନିରନ୍ତର I

ଅଳସୀ ନଈର ଜଳରେ ତୁମର

ହଳଦୀ ରଙ୍ଗର ଦେହ

ଧୋଉଥିଲ ଦିନେ, ତଟଦେଶ ସାରା

ବାସୁଥିଲା ମହମହ I

ବୁଦା ଆଢୁଆଳେ ତୁମରି ରୂପକୁ

ଦେଖିଲି ମୁଁ ମନଭରି

ଆଖିତଳେ ମୋର ରଙ୍ଗ ବରଷିଲା

ଦେହ ହେଲା ଶିରିଶିରି I

ତୁମେ ମୋ' ମନର ମାନସୀ ଲୋ ସଖୀ

ତୁମେ ଜହ୍ନ ତୁମେ ତାରା

ତୁମରି ଦର୍ଶନେ ମୋ ହୃଦ ପ୍ରାଙ୍ଗଣେ

ବହିଯାଏ ପ୍ରୀତିଧାରା I

        


Rate this content
Log in