ପ୍ରୀତି ପରାଗ
ପ୍ରୀତି ପରାଗ
ଶୀତୁଆ ସଞ୍ଜର ହସଖିଏ ତୁମେ
ମୁଁ କଳା ଅନ୍ଧାର ରାତି
ତୁମେ ସକାଳର ବିନ୍ଦୁଏ କାକର
କୁହୁଡି ଘେରା ମୋ ଛାତି I
ତୁମ ଦେହେ ଜଳେ ଯଉବନ ନିଆଁ
ମୋ ଦେହରେ ଭରେ ତାତି
ଆଖିରେ ତୁମର ଫଗୁଣର ରଙ୍ଗ
ମୋ ଆଖିରେ ଭରା ପ୍ରୀତି I
ଉଦାସୀ ମନେ ମୋ କଳାମେଘ ଭାସେ
ତୁମେ ସେ ମେଘର ଛାଇ
ଅନ୍ଧାର ସହିତ ବାଟ ମୁଁ ଚାଲୁଛି
ତୁମପାଇଁ ତୁମପାଇଁ I
ତୁମରି ପ୍ରେମରେ ପାଗଳଟିଏ ମୁଁ
ଚତୁର୍ଦ୍ଦିଗେ ଦିଶ ତୁମେ
ହୃଦୟତଳେ ମୁଁ ନଅର ତୋଳିଛି
ରଙ୍ଗାଇଛି ତୁମ ନାମେ I

