STORYMIRROR

Pranati Jena

Inspirational

3  

Pranati Jena

Inspirational

ପ୍ରୀତି ପାଖୁଡା

ପ୍ରୀତି ପାଖୁଡା

1 min
225

ପ୍ରାଣ ସାଥେ ଆପାନର ଲାଗେ ଯେତେ ଘନଘଟା

ସୁଖେ ସବୁ ଏଠି ହାତ ପାହାନ୍ତରେ ଦୁଃଖେ ନ ଥାଏ କା ଛିଟା

ହୃଦୟ ବଲ୍ଲଭ, ହୃଦୟ କନ୍ଦରରେ ବିଜେ ନାମ ରତ୍ନ ସିଂହାସନେ

କାମନାଶନ ହେ ସୁକର୍ମ ଦାୟକ ଆସୀନ କମଳ ଆସନେ

ଅମାପ ଅସରା ସୁଧା ପ୍ରୀତି ପାଖୁଡାଏ ତୋଳି

ବଚନେ ସପ୍ତସୁରେ ହୃଦୟ ପ୍ରାଙ୍ଗଣେ ଶବ୍ଦ ରଙ୍ଗ ବୋଳି

ଆତ୍ମା ସହିତ ପରମାତ୍ମା ଅମୀୟ ନିର୍ଝର 

ମୁଁ ଚାତକୀ ଶ୍ରଦ୍ଧା ଘନ ପିୟlସୀ

କଳା ମେଘ ସାଜି ଅନ୍ତରରେ ଆସ ତୁମେ ମୋ ଶାଶ୍ୱତ ପ୍ରେମର 

ଲିଭିଯାଉ କଳଙ୍କ କାଳିମା ଶାଶ୍ୱତ ଚେତନା ତୀରେ

ହେ ମାଧବ, ଗୋପାଳ, ଗୋପୀ ପ୍ରିୟ ଗୋପୀନାଥ ନାମସୁରେ 

ମନାଙ୍ଗନେ ଫଗୁଣର ରଙ୍ଗ ବିଞ୍ଚି ସକାଳରୁ ସଞ୍ଜ ତୁମ ନାମସ୍ୱନେ 

ନିଭୃତ ପଟରେ ବାରମ୍ବାର ବଂଶୀ ଆଉ କଦମ୍ବର ବାସ୍ନାସୁରେ 

ମହମହ ସୁବାସିତ ମଲ୍ଲୀ ଓ ମାଳତୀ ସୁମନେ 

ହେ ପ୍ରାଣ ପ୍ରିୟ ତୁମେ ମୋର ଏକାନ୍ତରେ, ସ୍ମିତ ହସ ଧାରେ ମୋ ନନ୍ଦନନ୍ଦନ

ଝୁରିବା, ଗୁଣିବା, ମୋର ଆଖି ଲୁହେ ଭିଜି ଭିଜାଇବାର ମୋହ, 

ମୋହ ମୋ ଆତ୍ମାର ସ୍ପନ୍ଦନ

ନୀତି ପ୍ରତି କେବଳମ୍ ମଧୁରମ୍, ମଧୁରମର ନିନାଦିତ ଶଙ୍ଖର ଓଁ ନାଦେ 

ତୁମେମୟରେ ଏ ଜୀବନ

ହେ ବନମାଳୀ ନୀଳନଭେ ବିବିଧରଙ୍ଗେ ଇନ୍ଦ୍ରଧନୁ ଶୋଭାବନ

ପାତକୀ, ଚାତକୀ ହେଉ ମୋଚନ କର ହରିହେ ବର ବରଦା

ଶ୍ରୀ ବିଭୂଷିତ ପଦେ ଅନୁଭବେ ନିରନ୍ତର ଥାଅ ସଦା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational