STORYMIRROR

Padmalaya Mishra

Romance

3  

Padmalaya Mishra

Romance

ପ୍ରୀତି ମନସ୍କା

ପ୍ରୀତି ମନସ୍କା

1 min
4.7K


......... ପ୍ରୀତି ମନସ୍କା.......


ପଦ୍ମାଳୟା ମିଶ୍ର


ପହିଲି ପୁଲକ ଭରେ

ପ୍ରତିଟି ଛୁଆଁ

ପାଣିରେ ଲଗାଇ ଦିଏ

ପ୍ରେମର ନିଆଁ

ପାଷାଣେ ଜୀବନ ଦେଇ

ପ୍ରେୟସୀ କରେ

ପଣତେ ମଧୁର ସ୍ମୃତି

ପ୍ରଣୟ ଭରେ

ପୀୟୂଷ ଭରଇ ରାତ୍ରେ

ପିଆଲା ଚୁମି

ପାଗଳ ଭ୍ରମର ପ୍ରାୟେ

ପୁଷ୍ପରେ ଭ୍ରମି

ପ୍ରଦୀପ ଜାଳନ୍ତି ଦୁହେଁ

ପ୍ରହର୍ଷ ହୋଇ

ପଙ୍କଜ ସହିତ ଯେହ୍ନେ

ପ୍ରତ୍ୟୁଷ ବାଇ

ପୌରୁଷ ପଣରେ ପ୍ରିୟ

ପୂଜକ ଫିକା

ପୂରକ ଉଭୟେ ଏହି

ପ୍ରୀତି ମନସ୍କା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance