STORYMIRROR

Prabhati Mahapatra

Classics Others

3  

Prabhati Mahapatra

Classics Others

ପ୍ରୀତି କୁଞ୍ଜ

ପ୍ରୀତି କୁଞ୍ଜ

1 min
158

ଆସ ଆସ ଶ୍ୟାମଘନ

ଆସ ଆସ ଶ୍ୟାମଘନ

ନିଶି ରଜନୀରେ ଏ କୁଞ୍ଜ ବନରେ

ଚାତକ ପରାଏ ଏ ମୋର ମନ

ଆସ ଆସ ଶ୍ୟାମଘନ ......

ଚହଟେ କୁୁୁସୁମ ବାସ

ମନୁ ଲିଭି ଯାଏ କ୍ଲେଶ

ରାତି ରାଣୀ ଗଭାରେ ମୋ

କରିଛି ପ୍ରୀତି ଆସନ

ଆସ ଆସ ଶ୍ୟାମଘନ ‌ .....

ପୁଷ୍ପ ବଲ୍ଲରୀର ଦୋଳି

ଝୁଲାଇଛି ବନମାଳି

ଶୁଭ ମୁହୂର୍ତ୍ତ କୁ ଆଉ

କର ନାହିଁ ହୀନିମାନ 

ଆସ ଆସ ଶ୍ୟାମଘନ .....

ତୁମ ଚଲା ପାଇଁ 

କୁସୁମ ଦେଲି ବିଛାଇ

କଷ୍ଟରୁ ବଞ୍ଚିତ ହେବ

ତୁମ ଶ୍ରୀ ପଦ୍ମ ଚରଣ

ଆସ ଆସ ଶ୍ୟାମଘନ .....

ବିଭାବରୀ ଅପସରି

ବିଛାଇବ ନିନ୍ଦା ହୁରି

କି ଲାଭ ପାଇବ ତୁମେ

ଆହେ ଆରତ୍ତ ନାଶନ

ଆସ ଆସ ଶ୍ୟାମଘନ .....

ଆଶାକୁ ପଣତେ ବାନ୍ଧି

ବସିଛି ହେ ଗୋପନିଧି

ମନୋବାଂଛା ପୂର୍ତ୍ତି କର

ଏତିକି ମୋ ନିବେଦନ

ଆସ ଆସ ଶ୍ୟାମଘନ .....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics