ପ୍ରୀତି କୁଞ୍ଜ
ପ୍ରୀତି କୁଞ୍ଜ
ଆସ ଆସ ଶ୍ୟାମଘନ
ଆସ ଆସ ଶ୍ୟାମଘନ
ନିଶି ରଜନୀରେ ଏ କୁଞ୍ଜ ବନରେ
ଚାତକ ପରାଏ ଏ ମୋର ମନ
ଆସ ଆସ ଶ୍ୟାମଘନ ......
ଚହଟେ କୁୁୁସୁମ ବାସ
ମନୁ ଲିଭି ଯାଏ କ୍ଲେଶ
ରାତି ରାଣୀ ଗଭାରେ ମୋ
କରିଛି ପ୍ରୀତି ଆସନ
ଆସ ଆସ ଶ୍ୟାମଘନ .....
ପୁଷ୍ପ ବଲ୍ଲରୀର ଦୋଳି
ଝୁଲାଇଛି ବନମାଳି
ଶୁଭ ମୁହୂର୍ତ୍ତ କୁ ଆଉ
କର ନାହିଁ ହୀନିମାନ
ଆସ ଆସ ଶ୍ୟାମଘନ .....
ତୁମ ଚଲା ପାଇଁ
କୁସୁମ ଦେଲି ବିଛାଇ
କଷ୍ଟରୁ ବଞ୍ଚିତ ହେବ
ତୁମ ଶ୍ରୀ ପଦ୍ମ ଚରଣ
ଆସ ଆସ ଶ୍ୟାମଘନ .....
ବିଭାବରୀ ଅପସରି
ବିଛାଇବ ନିନ୍ଦା ହୁରି
କି ଲାଭ ପାଇବ ତୁମେ
ଆହେ ଆରତ୍ତ ନାଶନ
ଆସ ଆସ ଶ୍ୟାମଘନ .....
ଆଶାକୁ ପଣତେ ବାନ୍ଧି
ବସିଛି ହେ ଗୋପନିଧି
ମନୋବାଂଛା ପୂର୍ତ୍ତି କର
ଏତିକି ମୋ ନିବେଦନ
ଆସ ଆସ ଶ୍ୟାମଘନ .....
