STORYMIRROR

Sambit Srikumar

Romance Classics

4  

Sambit Srikumar

Romance Classics

ପରୀ

ପରୀ

1 min
344


ତୁମେ ସୁନ୍ଦରୀ ଅପସରୀ ମାୟାବିନୀ ଜାଦୁଗରୀ

ନିତି ମୋ ଜାଗରଣେ ଆସ ସରଗରୁ ଅବତରୀ

ଅପରୂପା ଅତୁଲ୍ୟା ସୌନ୍ଦର୍ଯ୍ୟ ଭରା ତନୁ ବଲ୍ଲରୀ

ଅପଲକେ ନିମିଷକେ ନିଏ ମୋର ମତି ହରି ।

ତୁମ ଓଷ୍ଠଧାରେ ଫୁଟିଉଠେ ସ୍ମିତହାସ୍ୟର ହଳାହଳ ବିଷ

ତାହାର ସମ୍ମୁଖେ ହାର ମାନେ ସଦା ମୋ ଉଦ୍ଧାମ ପୌରୁଷ

ହୋଇପାରେ ଅଳିକ କ୍ଷଣିକ ନିମିଷକର ଆମ୍ଭର ସାକ୍ଷାତ

ଜାଣେନା କାହିଁକି ମଧୁର ଲାଗେ ଏଇ ଅନିତ୍ୟ ସମ୍ଭୋଗ ।

ଶତ ଚେଷ୍ଟା ସତ୍ତ୍ୱେ ବି ମୁଁ ଏଡ଼ାଇ ପାରେ ନାହିଁ

ତୁମ ଶାଗୁଆ ଶ୍ୟାମଳ ଅଙ୍ଗରାଜିର ଆକର୍ଷଣ

ଜାଗତିକ ସତ୍ତାକୁ ବିସ୍ମରି ତୁମ୍ଭରି ନିବିଡ଼ ସାନିଧ୍ୟେ

ଲଭୁଥାଏ ତୁମ ବାହୁବନ୍ଧନେ ଆକାଂକ୍ଷିତ ନିର୍ବାଣ ।

ହୋଇପାରିଥାଅ ତୁମ୍ଭେ ନାୟିକା ରସିକା କଳ୍ପିତା

ଅବା ଭରି ରହିଥାଉ ତୁମ୍ଭ ପ୍ରୀତିରେ ଆବିଳତା

କିନ୍ତୁ ତୁମ୍ଭେ ଦେଇଥାଅ ମନ ପ୍ରାଣେ ଅପାର ପୁଲକ

ଧୂଳି ଧୂସରିତ ଧରା ପୃଷ୍ଠରେ ଅମରାବତୀର ସୁଖ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance