STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ପରୀ ପରି ଲାଗୁ ସତେ

ପରୀ ପରି ଲାଗୁ ସତେ

1 min
329


ସଖୀରେ ସେଦିନ କି ଶୁଭ ଲଗନ ତୋ ଅଭୁଲା ଚାନ୍ଦ ମୁହଁ

ସପନ ସୁନ୍ଦରୀ ଆଗୋ ନୀଳପରୀ ଦେଖି ହୋଇଗଲି ମୋହ

ସତରେ ସଜନୀ ସର୍ଫରୀ ନୟନୀ କି କିମିଆଁ କଲୁ କହ

ସଖୀରେ ସେଦିନ କି ଶୁଭ ଲଗନ ।।

ତୋ ଗୋଲାପୀ ଓଠେ ସ୍ମିତ ହାସ୍ୟ ରେଖା ସତେକି ବାଶବ ଧନୁ

ସମ୍ବୋଧନ ତୋର ଆହାକି ମଧୁର କୋକିଳ କି ଚୁତ ବନୁ

ଗାଏ ପ୍ରୀୟା ଗୀତି କହେ ଆମ ପ୍ରୀତି କରଇ ମନ ଅଥୟ

ସଖୀରେ ସେଦିନ କି ଶୁଭ ଲଗନ ।।

ତୋ ରୂପ ଛଟାରେ ଅମରପୁରୀ ର ଲଳନା ମଳୀନ ଦିଶିବେ

ମରାଳ ଗମନା ଚାରୁ ଚନ୍ଦ୍ରାନନା ଋଷି ଯୋଗ ଭାଙ୍ଗିଦେବେ

ଆଖିର ପଲକ ନପଡେ ତୋରୂପ ରତୀ ବି ସମାନ ନୁହଁ

ସଖୀରେ ସେଦିନ କି ଶୁଭ ଲଗନ ।।

କେତେକାଳ ବିହି ତପକରି ସହୀ ଗୋଟିଏ ଚାଉଳେ ତୋତେ

ଗଢିଲା ଏପରି କରି ରେ ସୁନ୍ଦରୀ ପରୀ,ପରି ଦିଶୁ ସତେ

ଏ ମନ ଆକାଶେ ତୁ କୁଆଁ ତାରା ତୁ ପ୍ରଭାତୀ ମଳୟ

ଏହି କବି ପରିଚୟ ,, ସଖୀରେ ସେଦିନ କି ଶୁଭ ଲଗନ ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance