ପରୀ କାହାଣୀ
ପରୀ କାହାଣୀ
ମୁଁ ନିଇତି ସପନ ଦେଖେ
ପରୀ ରାଇଜର କଥା
ଚମକ୍ ଦୁନିଆଁ
ଫଗୁ ଛିଟାରେ ଛଟା
ମଳୟର ମଧୁର ମହକ
ସୁରୁଜର ଶୀତଳ ବୁଝାମଣା
ପରୀଙ୍କ ଓଠରେ ଅଳସୀ ହସ
ଦୁଃଖ ବୋଧେ କବର ନେଇଛି କେବେଠୁ.
ନୀଳପରୀ ସାଥେ ହଠାତ୍ ଭାବ
ଭାବରୁ ପ୍ରେମ
ତା'ପରେ ଯେତେ ସରଗ ସୁଖ ।
ହେଲେ ମୋ ଆଖିରେ ଅମାନିଆ ଲୁହ
ମୋ ପ୍ରେମ ଭୋଗବାଦୀ ଆଡେ ଧାଇଁଛି ।
ଚାହେଁନା ମୁଁ ଗୋଲାପର ଶେଯ
ମୁଁ କଣ୍ଟା ଚାହେଁ, ତ୍ୟାଗର
ତୃପ୍ତି ଚାହେଁ,ଅନୁରାଗର
ଚାହାଣୀ ,ଅଭିମାନର
କାହାଣୀ ଚାହେଁ ମୋ ମାଟିର
ପରୀରାଇଜର ନୁହେଁ ।