STORYMIRROR

Banabihari Mishra

Abstract

3  

Banabihari Mishra

Abstract

ପରିଚୟ

ପରିଚୟ

1 min
265

ବାପା କହୁଥିଲେ, 

ତୁ ଜହ୍ନ ପରି ନୁହେଁ ସୂର୍ଯ୍ୟ ପରି ହେବୁ

ଯେମିତି ଏ ଦୁନିଆଁଟା 

ତୋ ଆଡ଼କୁ ତରାଟି ଚାହିଁବାକୁ

ସାହସ କରିବନି, ଆଉ ଯେବେ ଦେଖିବ

ସମ୍ମାନର ସହ ଦେଖିବ

ନହେଲେ ତୋ ତେଜରେ ଅନ୍ଧ ହେଇଯିବ


ମାଆ କହୁଥିଲା, 

ଝିଅଲୋ, ତୁ ତ ମୋ ବଗିଚାର ଫୁଲ

ହେଲେ ତୁ ସେଇଭଳି ଫୁଲଟିଏ ହେବୁ

ଦୁନିଆଁକୁ ତୋ ରଙ୍ଗ ରୂପ ଆଉ ମହକରେ

ମୋହିତ କରିବୁ, ହେଲେ

ଦେହରେ ରଖିଥିବୁ ଶକ୍ତିଶାଳୀ କଣ୍ଟାସବୁ

ଛିଡେଇବା ହାତକୁ କ୍ଷତାକ୍ତ କରିବୁ


ଭାଇ କହୁଥିଲା,

ତୁ କାଳୀ, ତୁ ଚଣ୍ଡୀ, ତୁ ଦୁର୍ଗା

ସବୁ ରକ୍ତବୀର୍ଯ୍ୟ, ମହିଷାସୁରଙ୍କୁ

ଖଣ୍ଡା ଖର୍ପର ଧରି ନିପାତ କରିବୁ

ମହିଷାସୁରଙ୍କୁ ଶୂଳବିଦ୍ଧ କରିବୁ


ସାଙ୍ଗମାନେ କହୁଥିଲେ

ମୁଁ କାଳେ ଲକ୍ଷ୍ମୀବାଈ, ଝାନ୍ସିର ରାଣୀ

ସ୍ନେହଭାବ ଅନ୍ତରରେ ଭରା

ତଥାପି ସମର ନିପୁଣା

ଅସୀର ଝନତ୍କାରରେ ଥରିଉଠେ

ଶତ୍ରୁର କଲିଜା


କିନ୍ତୁ ମୁଁ ହେବି କ'ଣ,

କ'ଣ ହେବ ପରିଚୟ ମୋର

ସର୍ବଶେଷ ପରିଣତି କ'ଣ

ଦୁଷ୍କର୍ମ ପୀଡିତା ନା ଏସିଡ୍ ପୀଡିତା

ଅର୍ଦ୍ଧଦଗ୍ଧା ବଧୂଟିଏ ନା ଯୌତୁକ ପୀଡିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract