Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

ପରିବର୍ତ୍ତନର ସ୍ୱର

ପରିବର୍ତ୍ତନର ସ୍ୱର

1 min
214



ଛାତ୍ର ଜୀବନରୁ ରାଜନୀତି ପ୍ରତି ଦୁର୍ବଳତା 

ମତେ ନେଇଥିଲା ରାଜନୀତିକୁ  

ଭାବିଥିଲି ମାନବ ସେବା ହିଁ ମାଧବ ସେବା, 

ମୋ ମନ୍ତ୍ର, ନିସ୍ଵାର୍ଥପର ସେବାକୁ ।


ଅନେକ ବର୍ଷ ଧରି ସେ ଭୂମିରେ ଅଟକିଛି ମୁଁ , 

ଢେଉମୁହଁରେ ଗଢୁଥିଲି ବାଲିଘର

ସେ ବାଲିଘର ଭାଙ୍ଗି ଯାଇଛି ଦେଖି ଦେଖି 

ଏବେକାର ପଚା ଗନ୍ଧ ଶୈବାଳର ।


ଏବେ ରାଜନୀତିରେ ଦେଖିବା ଖାଲି ଚିତ୍ର 

ଆଣ୍ଠୁ ମାଡ଼ି ଗୋଡ ଚାଟିବାର

ନିସ୍ଵାର୍ଥପର ସେବାର ଅଭାବେ, ରାଜନୀତି 

ମୋହ ଭାଙ୍ଗି ଯାଏ ଜନସାଧାରଣଙ୍କର ।


ରାଜନୀତି ମଣିଷ ସହିତ ଅଙ୍ଗାଗି ଭାବରେ 

ଜଡିତ ଜୀବନଠୁ ଯିବନି ବାହାରି

ହଟାଅ ସେ ଅନ୍ଧାର ଛାଇ, କବିତା ଗୋ ତୁମେ 

ରୂପମୟୀ ଲାସ୍ୟମୟୀ ଅଶେଷ ସୁନ୍ଦରୀ ।


ଚିହ୍ନାଅ ଏ ମଣିଷକୁ କିପରି "ହଁ" କହି ଦେଇ 

ଏବେର ରାଜନୀତିର କାର୍ପଟଦାର

ଚପଲ ଘୋରେଇ "ନା-କୁହା' ଯେତେ ଶୋଷନ୍ତି 

ସାଧାରଣ ମଣିଷର ସାରା ରୁଧିର ।


ମୁଁ ତ ନିଜକୁ ପଚାରୁଛି, କିଏ ମୋତେ କହି ଯାଏ 

ମତେ ଏମିତି କବିତା ଗଢୁଥିବା ପାଇଁ 

ଭାଙ୍ଗିଥିବା ବାଲିଘର ଓ ଢେଉ ମୁହଁରେ ବସି, ମୁଁ 

ଗଢୁଛି ଯେ ଗଢୁଛି, ପରିବର୍ତ୍ତନର ସ୍ୱର ରହି ।


Rate this content
Log in

Similar oriya poem from Action