STORYMIRROR

Arundhati Jena

Inspirational Others

3  

Arundhati Jena

Inspirational Others

ପରିବର୍ତ୍ତନର ନକ୍ସା ରେ ଜୀବନ

ପରିବର୍ତ୍ତନର ନକ୍ସା ରେ ଜୀବନ

1 min
24

ଦୁନିଆ କୁ ବଦଳେଇବାକୁ ଅଗ୍ରସର ମଣିଷ

     ର ପାଦରେ ଏଠି ବେଡି ପକାଯାଏ

ଗୁମୁରି ଗୁମୁରି କାନ୍ଦୁଥିବା ତା ମନ କୁ

    ସବୁ ଦିନ ପାଇଁ ଜଳେଇ ଦିଆଯାଏ।

ସମାଜର ପରିବର୍ତ୍ତନ ପାଇଁ ଉଦ୍ୟମରତ

     ମଣିଷ ଟି ସବୁଦିନ ସତେଯେମିତି ବେସାହାରା

ତା ହାତ ପାହାନ୍ତାରୁ ସବୁକିଛି ମାତ୍ର କିଛି ମୁହୂର୍ତ୍ତରେ

      ଖସିଯାଇ ଆଜି ଆଉ କାହାର ପରା।

ସମାଜର ପରିବର୍ତ୍ତନର ନକ୍ସାରେ

       ତା ଜୀବନର ନକ୍ସା ଅବଶ୍ୟ ବଦଳି ଯାଇଛି

ଉଡୁଥିବା ଡେଣା କୁ ତାର ସବୁଦିନ ପାଇଁ

         ଆଘାତ କରି ପଙ୍ଗୁ କରିଦିଆଯାଇଛି।

ତାର ରାମରାଜ୍ୟର ସ୍ବପ୍ନ ସବୁ

        ଆକାଶ କଇଁଆ ଚିଲିକା ମାଛ ପରି

ଆଉ ତାର ଅସୁମାରୀ ଚେଷ୍ଟାରେ

       ସତେ ଅବା ଯାଇଛି ସେ କୁହୁଡି ପହଁରି।

ଏଠି ତାର ପରିବର୍ତ୍ତନର ମାର୍ଗ ଟା

      ଅନ୍ୟ ପାଇଁ ୪୨୦ ଭୋଲଟ୍ର ଝଟକା ପରି

ସେଥିପାଇଁ ତ ତାର ପରିବର୍ତ୍ତନର ଏଇ ମାର୍ଗ

    ଆଦୌ ହେଲେ ପସନ୍ଦ ନୁହେଁ କାହାରି।

ସମାଜର ମଙ୍ଗଳ ଚାହିଁଲେ ଅବଶ୍ୟ

       ବ୍ୟକ୍ତିବିଶେଷ ଙ୍କ ସ୍ୱର୍ଥାହାନି ଘଟିବ

ସେଥିପାଇଁ ତ ସମାଜର ମଙ୍ଗଳ ଅପେକ୍ଷା

      ବେଶି ଚିନ୍ତା କେବଳ ନିଜର।

ଆଉ ଯିଏ ପ୍ରତିବାଦ କଲା ବନ୍ଦ କରାହୁଏ

        ମୁହଁ କୁ ତାର ସବୁଦିନ ପାଇଁ

ପରିବର୍ତ୍ତନର ଫଳସ୍ୱରୂପ ତାକୁ

       ସମାଜ ଆଗରେରଖାଯାଏ ପଙ୍ଗୁ ସଜେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational