STORYMIRROR

Chinmaya Kumar Sahoo

Abstract Inspirational Others

4  

Chinmaya Kumar Sahoo

Abstract Inspirational Others

ପରିବର୍ତ୍ତନ

ପରିବର୍ତ୍ତନ

1 min
261

ଯେବେ ଭସା ବାଦଲର ସ୍ପର୍ଶରେ ହସୁଥାଏ ଗଗନ

ହଠାତ କଳାହାଣ୍ଡିଆ ମେଘ ଘୋଟି କରିଉଠେ ଗର୍ଜ୍ଜନ

ଠିକ ସେତିକି ବେଳେ ସୃଷ୍ଟି ହୁଏ ଏକ ପରିବର୍ତ୍ତନ।


ଯେବେ ପଶ୍ଚିମ ଆକାଶେ ଝଟକୁ ଥାଏ ରକ୍ତିମ କିରଣ

ହଠାତ ଅନ୍ଧକାରର ବୁକୁ ଚିରି ଉଙ୍କି ମାରେ ଜହ୍ନ

ଠିକ ସେତିକି ବେଳେ ସୃଷ୍ଟି ହୁଏ ଏକ ପରିବର୍ତ୍ତନ।


ଯେବେ ପହିଲି ଦେଖାରେ ନାଚି ଉଠେ ମନ

ହଠାତ ଆଖିରେ ଭରିଯାଏ ଆଖିଏ ସପନ -

ଆଉ ବଢିଯାଏ ହୃଦୟ ର ସ୍ପନ୍ଦନ

ଠିକ ସେତିକି ବେଳେ ସୃଷ୍ଟି ହୁଏ ଏକ ପରିବର୍ତ୍ତନ।


ଯେବେ ପ୍ରଚଣ୍ଡ ଖରା ପରେ ହୁଏ ଆଷାଢ଼ ର ଆଗମନ

ହଠାତ ଭିଜା ମାଟିର ଛାତିରେ ଅଙ୍କୁରିତ ହୁଏ ଜୀବନ

ଠିକ ସେତିକି ବେଳେ ସୃଷ୍ଟି ହୁଏ ଏକ ପରିବର୍ତ୍ତନ।


ଯେବେ ମାଆ ଗର୍ଭରୁ ଜନ୍ମ ନିଏ ଉଦରସ୍ଥ ସନ୍ତାନ

ହଠାତ ଶୁଭେ ନବଜାତର କୁଆଁ କୁଆଁ କ୍ରନ୍ଦନ

ଠିକ ସେତିକି ବେଳେ ସୃଷ୍ଟି ହୁଏ ଏକ ପରିବର୍ତ୍ତନ।


ତେବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିଛି ପରିବର୍ତ୍ତନ

କାରଣ ପରିବର୍ତ୍ତନ ହି ଏକମାତ୍ର ସ୍ଥିର- ଇଏ ସମୟର ଆହ୍ଵାନ

ଯେବେ ଧନ ବଦଳରେ ମନ ପାଇବ ସମ୍ମାନ

ସମାଜ ଗଠନରେ ନାରୀ ପୁରୁଷ ଉଭୟଙ୍କ ସମାନ ସ୍ଥାନ।


ଲିଙ୍ଗ କି ଜାତି ନୁହଁ, କେବଳ ନାମ ହି ହେବ ପରିଚୟ ର ମାନ

କୁସ୍ଚିତ ମାନସିକତା ଆଉ ଦାରିଦ୍ରତା ର ଦମନ

ଶୋଷଣ, ଦୁର୍ନୀତି ଆଉ ଦାଦନ ର ଦୁର୍ଦ୍ଦିନ ର ବିଲୀନ

ସତରେ ଅତି ଅନିର୍ବାର୍ଯ୍ୟ ଏ ପରିବର୍ତ୍ତନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract