STORYMIRROR

suchitra pradhan

Tragedy Others

3  

suchitra pradhan

Tragedy Others

ପରିବେଶ

ପରିବେଶ

1 min
11.6K


ଗାଁ ଟି ଥିଲା ଭାରି ସୁନ୍ଦର,

ଝରଣା ଝରୁଥିଲା କୋଳରେ ତାର।

ଝରି ଝରିକା ଯାଉଥିଲା ସେ ଝରି,

ସବୁରି ଶୋଷ ହରଣ କରି।

ସବୁଜ ବନାନୀ ଥିଲା ଦେହଟି ତାର,

ସଭିଙ୍କୁ କରୁଥିଲା ସେ ମନୋହର ।

ନିରୀମଳ ଥିଲା ପରିବେଶଟି ତାର,

ସୁଖରେ କଟୁଥିଲା ଦିନ ସଭିଙ୍କର।

କ୍ଷେତ କରି ଚଷା ଖୁସିରେ ଥିଲା ।

ଅଭାବ ତାର କିଛି ତ ନଥିଲା।

ମାଟିରେ ଫଳାଉଥିଲା ଫସଲ ସୁନାର,

ଖୁସିରେ ଚଳୁଥିଲା ତାରି ସଂସାର।

ପଡିଗଲା ଦିନେ ଏଠି ସହରୀ ନଜର,

ପ୍ରକୃତିକୁ ଦେଖି ଲୋଭ ବଢିଲା ତାର।

ଅଦିନିଆ ମେଘ ପରି ସେ ଘୋଟି ଆସିଲା,

ସୁନାର ଜମିକୁ ଛଡାଇ ସେ ନେଲା।

ନାନା କଳକାରଖାନା କଲା ତାରି ବୁକରେ,

ପରିବେଶକୁ ଦୂଷିତ କଲା ସେ ତାରି ଧୂଳି,ଧୂଆଁରେ।

ନଦୀର ପାଣିକୁ ସେ ବିଷ କରିଲା,

ସଭିଙ୍କ ମନରେ ହାହାକାର ଭରିଲା।

ସୁନ୍ଦର ସବୁଜ ଗାଁଟି ମୋର,

ଧୂଳି, ଧୂଆଁରେ ଭରିଲା ଚେହେରା ତାର।

ଛାତିକୁ ତାର ପଥର କରି,

ସବୁ ଦୁଃଖ ,କଷ୍ଟ ନେଲା ଆଦରି।

ସୁନ୍ଦର ଚେହେରା ମନୁ ଲିଭିଗଲା,

ଅଶାନ୍ତି ଭିତରେ ଜୀବନ କଟିଲା।

କିଏ ବା ବୁଝିବ, କିଏ ବା ଶୁଣିବ

  ତା ମନ କଥା

ବାହୁନି ବାହୁନି କାନ୍ଦୁଚି ସେ ଆଜି

  ନୁଆଁଇ ଦେଇ ସେ ମଥା।

ସ୍ୱାର୍ଥପର ଏହି ମଣିଷ ଜାତି,

ନିଜ ସ୍ୱାର୍ଥ ପାଇଁ କଲା ତାର କ୍ଷତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy