Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarita Rani Mohanty

Inspirational

3  

Sarita Rani Mohanty

Inspirational

ପରିବେଶ

ପରିବେଶ

1 min
12.2K


ପରିବେଶ

🌸🌸🌸🌸🌸


ସହୁଛି ଧରିତ୍ରୀ ଆମରି ଆତଙ୍କ

  ସମୟକୁ ଧ୍ୟାୟୀ ଧ୍ୟାୟୀ

ଦଗଧ ପରାଣ କ୍ଷୁବ୍-ଧ ଶରୀର

  ନିଶ୍ବ ଏ ମଣିଷ ପାଇଁ      ll


ଆମ କର୍ଣ୍ଣଧାର ଆମରି ସନ୍ତାନ

   ହୋଇବେ ଅବହେଳିତ

ସଚେତନ ହୋଇ ପ୍ରଚାରେ ପ୍ରସାରେ

  ଉନ୍ନତି ଆଣିବା ସେତ      ll


ଆହାରେ ମଣିଷ ନ ହୁଅ ନୃଶଂସ

  ନେଇ ଯାଆ ସପଥଟି

ସୁସ୍ଥ ଜୀବନ ଜିଇଁବା ପାଇଁକି

   ପକାଅ ନା ମୋତେ କାଟି    ll


ଗୋଟିଏ ବୃକ୍ଷରେ କୋଟିଏ ଜୀବନ

    କରିବା ବୃକ୍ଷରୋପଣ

ବାୟୁ ପ୍ରଦୂଷଣ ଜଳ ଦେବ ଦାନ

   କେତେ ମହନୀୟ ଗୁଣ    ll


ଦୁର୍ଭିକ୍ଷ ପଡିଲେ କିଛି ନ ପାଇଲେ

  ଖାଦ୍ୟ ଭାବରେ ପାଇବୁ

ଜୀବନ ପାଇଲେ ଭବିଷ୍ୟତ ପାଇଁ

   ସୁଖ ଭୋଗ ତୁ କରିବୁ     ll


ବାଡ଼ି ଘରେଥିଲା କେତେ ଆମ୍ବ ତୋଟା

     ପଣସ ବଗିଚା ଥିଲା

ପ୍ରଗତିର ପଛେ ଧାଇଁ ଧାଇଁ ପୁଣି

   ବ୍ୟବସାୟରେ ମାତିଲା    ll


ଇଟା ଭାଟି ଠାରୁ କଳ କାରଖାନା

   ବାଡ଼ି ଘରେ ବସାଇଲା

ଅମ୍ଳଜାନ କଥା ପାଶୋରି ଦେଇଛି

   ଧନ କୁ ସର୍ବ ମାନିଲା      ll


ଧନ ଗର୍ବେ ମାତି ଭୁଲି ଯାଉଛନ୍ତି

   ସବୁଅଛି ଏ ଧରାରେ

ଔଷଧୀୟ ବୃକ୍ଷ ଦେଇଛନ୍ତି ପ୍ରଭୁ

   ନ ଭାବେ କେ ଥରେ ମନରେ ll


ତରୁଲତା ଯେବେ ଦିଶେ ସବୁଜିମା

  ମାଆ ଦିଶଇ ସୁନ୍ଦର

ସବୁଜ ଶାଢ଼ୀରେ ଖିଲି ଖିଲି ହସେ

   ସାଥେ ଥାଏ ସେ ଆମର    ll


ମଣିଷଙ୍କ ପାଇଁ ପ୍ରକୃତିର ଦାଉ

   ସହିବି ହେଉନି ଆଜି

କୋକୁଆ ଭୟରେ ଆତଙ୍କିତ ପ୍ରାଣ

   କାରଣ ମିଳୁନି ଖୋଜି    ll


ଧନୀ ହେବା ପାଇଁ ଆଜିର ମଣିଷ

     ବିଜ୍ଞାନକୁ ଆପଣିଲା

ପାହାଡ ପର୍ବତ ନିଜ ବୁଦ୍ଧି ବଳେ

   ଧ୍ୱଂସ ସ୍ତୁପେ ସଜାଇଲା   ll


ଟଙ୍କା ଟଙ୍କା ଖାଲି ପଛରେ ଗୋଡ଼ାଇ

   ସବୁ କରେ ସର୍ବନାଶ

ଏମିତି ସମୟ     ଆସି ପହଞ୍ଚିବ

  କରୁ ଥିବ ଅବଶୋଷ     ll



Rate this content
Log in

Similar oriya poem from Inspirational