STORYMIRROR

Alok kumar Das

Inspirational

4  

Alok kumar Das

Inspirational

ପରିବେଶ ସୁରକ୍ଷା

ପରିବେଶ ସୁରକ୍ଷା

1 min
289

ସୃଷ୍ଟିକର୍ତ୍ତା ମାନବ ଜାତିକୁ ଦେଇଛନ୍ତି 

ଏକ ସୁନ୍ଦର ଉପହାର,

ସମଗ୍ର ମାନବ ଜାତିର ହିତ ନିମନ୍ତେ ପ୍ରାକୃତିକ ପରିବେଶ

ଯାହା ଅଟେ ଅତି ମନଲୋଭା ସବୁଜ ସୁନ୍ଦର।


ଫୁଲ ଫଳ ଭରା ସବୁଜ ଜଙ୍ଗଲ

ନଦୀ ଝରଣାର ମଧୁର ଜଳର ଧାର,

ରଙ୍ଗ ବେରଙ୍ଗର ପକ୍ଷୀ ଓ ନାନା ଜାତିର ପଶୁ

କେତେଯେ ଉପକାର କରୁଛନ୍ତି ମାନବ ଜାତିର।


ନିଜ ହାତେ ଧ୍ବଂସ କରି ସବୁଜ ଜଙ୍ଗଲ

ମଣିଷ ଆଜି ସାଜି ନିଷ୍ଠୁର ସ୍ୱାର୍ଥପର,

ଗଢି ତୋଳି ଚାଲିଛି କଂକ୍ରିଟର ମହଲ

ଜଣାନାହିଁ ମଣିଷକୁ ହ୍ରାସ ପାଉଛି ବାୟୁମଣ୍ଡଳେ ଅମ୍ଳଜାନର ସ୍ତର।


ଅସଂଖ୍ୟ କଳ କାରଖାନାରୁ ନିର୍ଗତ ବିଷାକ୍ତ ଜଳ

ନଦୀ ଗର୍ଭେ ଛାଡି କରୁଛନ୍ତି ଜଳ ପ୍ରଦ୍ୟୁଷଣ,

ସଞ୍ଚୟ ନକରି ମଣିଷ ଜଳକୁ କରୁଛି ଅଯଥା ଅପଚୟ

ଚିନ୍ତାନାହିଁ ମଣିଷକୁ ହ୍ରାସ ପାଉଛି ଭୂତଳ ଜଳର ପରିମାଣ।


ଆକାଶେ ଦିଶୁନି ଆଉ ଉଡିବାର 

ରଙ୍ଗ ବେରଙ୍ଗ ପକ୍ଷୀଙ୍କର ମେଳି,

ବିଲୁପ୍ତ ଆଜି ପ୍ରାୟ କେତେ ଜାତିର ପଶୁ ପ୍ରାଣୀ

ମଣିଷର ଆଧୁନିକ ଜୀବନେ ଶୈଳୀ ଯୋଗୁଁ ପଡିଛନ୍ତି ବଳି।


ପରିବେଶ ଅସନ୍ତୁଳନେ କାରଣେ ଦେଖାଦିଏ

ଆଜି ବର୍ଷାର ଅଭାବ ଓ ତାପମାତ୍ରା ପାଉଛି ବୃଦ୍ଧି,

ପ୍ରକୃତି ବିପକ୍ଷେ ଯାଇ ମଣିଷ ଆଜି

ଡାକି ଆଣିଛି ବିଶ୍ୱ ପାଇଁ ନୂଆ ଅଜଣା ରୋଗ ବ୍ୟାଧି।


ବେଳ ଥାଉଁ ହେବା ସାବଧାନ

କରିବାକୁ ମାନବ ଜାତିର ରକ୍ଷା,

ଯତ୍ନ ନେଇ ରଖିବା ପ୍ରକୃତିକୁ ସବୁଜ ସୁନ୍ଦର

ମିଳିମିଶି ସଭିଏଁ କରିବା ପରିବେଶର ସୁରକ୍ଷା।



Rate this content
Log in

Similar oriya poem from Inspirational