Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok Kumar Nayak

Inspirational

3  

Ashok Kumar Nayak

Inspirational

ପରିବାର

ପରିବାର

1 min
145


ସ୍ନେହ, ପ୍ରୀତି, ପ୍ରେମ ବିଶ୍ୱାସ ର ଝର

ଆମ ଘର ଆମ ପରିବାର,

ରହିଥାଏ ଭାବ କର୍ତ୍ତବ୍ୟ ଏଇଠି

ଲାଗେ ଏ ସରଗପୁର l

ସୁଖ ସୌହାର୍ଦ୍ଦ୍ୟ ରେ ଉଛୁଳୁ ଥାଏ ଟି

ଆମର ଏ ପରିବାର,

ସେବା ସମର୍ପଣେ ସ୍ନିଗ୍ଧ ଆତ୍ମୀୟତା

ଦେଖାଯାଏ ପରସ୍ପରେ l

ପରିବାର ଦିଏ ଦାୟିତ୍ୱ ଆମକୁ

କର୍ତ୍ତବ୍ୟ ଅନୁଶାସନ,

ଶ୍ରଦ୍ଧା ସୁମନ ର ଆଦେଶ ପାଳନ

ଗୁରୁଜନେ ସନମାନ l

ସନ୍ତାନ କର୍ତ୍ତବ୍ୟ ନିଷ୍ଠା ଶିଖଇ ଯେ

ପରିବାର ମଧ୍ୟେ ଥାଇ,

ନିଷ୍ଠା କାର୍ଯ୍ୟ ଲାଗି ହୁଏ ସେ ମହାନ

ଏଇ ପରିବାର ପାଇଁ l

ବାପା ମାଆ ଦାଦା ଭାଇ ଭଉଣୀଙ୍କୁ

ସଭିଙ୍କୁ କରି ନିଜର,

ଆଦାନ ପ୍ରଦାନ ଭାବର ତରଙ୍ଗେ

ଏକ ମନେ ପରିବାର l

ପରିବାରେ ଯଦି ସାତ୍ତ୍ଵିକ ଭୋଜନ

ଆସେ ସୁନାର ସଂସାର,

ସ୍ୱାଧ୍ୟାୟ ସତ୍ ସଙ୍ଗ ବେଦ ପଠନେ 

ପୂର୍ଣ୍ଣାନନ୍ଦେ ନିରନ୍ତର l



Rate this content
Log in

Similar oriya poem from Inspirational