ମୋ ଭାଷା
ମୋ ଭାଷା
ମୋ ଓଡ଼ିଆ ଭାଷା
ମୋର ମାତୃଭାଷା
ଓଡ଼ିଶା ରାଜ୍ୟର ଭାଷା
ମୋ ମା' ର ମିଠା ଆଶା
ଦରୋଟି ଅଧରେ ଧାରେ
ଭାବରେ ଭାବନାରେ
ସୁଗନ୍ଧରେ ଦୁର୍ଗନ୍ଧରେ
ଶବ୍ଦଗୁନ୍ଥା ମାଳପେନ୍ଥା ଅଭିଳାଷା ।
ମୋ ମାତୃଭାଷା ଓଡ଼ିଆ
ଲେଖେ କହେ ଶୁଭେ ବଢିଆ
ସଂସ୍କୃତି ସଂପର୍କରେ
ଚିନ୍ତା ଅନୁଚିନ୍ତାରେ
ବେଦ ବେଦାନ୍ତରେ
ପୁରାଣ ପ୍ରବନ୍ଧରେ
ଆଦର୍ଶ ଅସ୍ଥିତାର ସେତୁବନ୍ଧ ଭଳିଆ ।
ଓଡିଆ ମାତୃଭାଷା ମୋର
କହିଲେ ଅମୃତ ଧାର
ଗାଇଲେ କୋକିଳ ସ୍ଵର
ପଢିଲେ ଆବେଗ ମଧୁଝର
ଶୁଣିଲେ ଭଜନ ଉକ୍ତର
ଧ୍ୟାଇଲେ ନୀଳାଚଳ ଶ୍ରୀଜଗନ୍ନାଥ ମନ୍ଦିର ।
ମାତୃଭାଷା ମାତୃଭୂମୀ ମା' ପରି ସବୁରୀ
ହାସ୍ୟମୟୀ ଲାସ୍ୟମୟୀ ଜୀବନ୍ତ ସର୍ବରୀ
ସ୍ୱର୍ଣ୍ଣମୟୀ ପୂର୍ଣ୍ଣମୟୀ ସ୍ୱର୍ଗୀୟ ଭଉଁରୀ
ସୁଧାମୟୀ ମଧୁମୟୀ ପୀୟୁଷ କାଉଁରୀ ।