STORYMIRROR

Geetanjali Prusty

Inspirational

3  

Geetanjali Prusty

Inspirational

ଝିଅଟିଏ ମୋତେ କରହେ ଠାକୁରେ

ଝିଅଟିଏ ମୋତେ କରହେ ଠାକୁରେ

1 min
160


ଝିଅ ଟିଏ ମୋତେ କରହେ ଠାକୁରେ

ପିତାମାତାଙ୍କର କୋଳେ

ଶିକ୍ଷା ଲାଭ କରି ସେଵା ବ୍ରତ ଧରି

ବଡ଼ ହେବି ଭୂମଣ୍ଡଳେ ll


କ୍ରୀଡ଼ା କୌତୁକରେ ଚିକିତ୍ସା ବିଜ୍ଞାନେ

ସୁନାମ ଅର୍ଜିବି ମୁହିଁ

ଅସ୍ତ୍ର ଧରି ହାତେ ଯୁଝିବି ଅଇରୀ

ଯେତେବା କଷଣ ସହି ll


ଝିଅ ଟିଏ ମୋତେ କରହେ ଠାକୁରେ

ଗଢିବି ସଂସାର ନୂଆ

ମାଆ ଟିଏ ହୋଇ ସନ୍ତାନକୁ ଦେଵି

ପ୍ରଥମ ଶିକ୍ଷାର ଛୁଆଁ ll


ଜ୍ଞାନ ଆଲୋକରେ ହେଇ ଉଦ୍ଭାସିତ

ଜଗତେ ହେବ ସେ ବଡ଼

ନଥିବ ଯେଉଁଠି ଅଜ୍ଞାନ ଅନ୍ଧାର

ଅବା କୁସଂସ୍କାର ଝଡ଼ ll


ଭଗିନୀଟେ ମୋତେ କରହେ ଠାକୁରେ

ଭାଇ ପାଇଁ ହେବି ରାହା

ବିପଦେ ଆପଦେ ଅବା ଦୁର୍ଦ୍ଦିନରେ

ନିଶ୍ଚେ ହେବି ତାକୁ ସାହା ll


ସତ୍ୟପଥେ ତାକୁ ଚଲାଇ ନେବି ମୁଁ

ରଖି ନିଶା ଠାରୁ ଦୂରେ

ହିଂସା ରକ୍ତପାତ ପାଇଁ ପ୍ରତିବାଦ

କରିବି ମୁଁ ଦୃଢ଼ ସ୍ଵରେ ll


ଝିଅ ଟିଏ ମୋତେ କରହେ ଠାକୁରେ

ଲଢ଼ିବି ମୁଁ ନ୍ୟାୟ ପାଇଁ

ଯେତେ ଝଡ଼ ଝଞ୍ଜା ଆସିଲେ ଜୀବନେ

ପଛ ଘୁଞ୍ଚା ଦେଵି ନାହିଁ ll


ପୁରୁଷ ପ୍ରାଧାନ୍ୟ ସମାଜରେ ମୁହିଁ

ସରଜିବି ଉଚ୍ଚ ସ୍ଥାନ

ଅବଳା ଦୁର୍ବଳା ନଭାବିବେ କେହି

ନକରିବେ ଅସମ୍ମାନ ll


ଏତିକି ମିନତୀ ପାଦ ପଦ୍ମେ ମତି

ରଖୁଛି ଠାକୁରେ ତଵ

ହାତ ଖୋଲି ବାରେ ଦିଅହେ ଆଶିଷ

ମନୋବାଞ୍ଛା ପୂରିଯିବ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational