Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଆମ ରେଭେନ୍ସା କଲେଜ

ଆମ ରେଭେନ୍ସା କଲେଜ

1 min
236


  

କଟକ ନଗର ଧବଳ ଟଗର

ତା ମଧ୍ୟେ ଓଡ଼ିଶା ନାକ ।

ଜ୍ଞାନୀ ଗୁଣିଙ୍କର ଅଡ୍ଡାସ୍ଥଳୀ ସେହି

ରେଭେନ୍ସା କଲେଜ ଛକ ।।

ନଅଙ୍କ ଦୁର୍ଭିକ୍ଷ କରାଳ ଗ୍ରାସରେ

ଉତ୍କଳ ହୋଇଲା ପଦା ।

ମନେ ହୁଏ କିବା ଦୟାବହି ଅବା

ଚାଲି ଆସିଲେ ଶାରଦା ।।

ଉତ୍କଳେ ଥାପିଲେ କାରଖାନା ଟିଏ

ବାଇ ଵୀଣାରେ ରାଗିଣୀ ।

ସାରା ଜଗତରେ ପ୍ରସିଦ୍ଧ ରେଭେନ୍ସା

ଜ୍ଞାନ ଗରିମାର ଖଣି ।।

ଜଗତେ ପ୍ରସିଦ୍ଧ ସେ ବିଦ୍ୟା ମନ୍ଦିର

ବିଦ୍ୟା ନଗରୀ କଟକ ।

କେତେ ବୈଜ୍ଞାନିକ ସାହିତ୍ୟ ସାଧକ

ଜନମିଲେ ପ୍ରଶାସକ ।।

ଗାୟକ, ବାୟକ, ସଙ୍ଗୀତ ସାଧକ,

ଅଭିନେତା, ରାଜନେତା ।

ସେ ବିଦ୍ୟା ମନ୍ଦିର ଗୁରୁ ଶିଷ୍ୟଙ୍କର

ସଭିଏଁ ଜଗତ ଜିତା ।।

ଧନ୍ୟ ଧନ୍ୟ ତୁମେ ରେଭେନ୍ସା ସାହେବ

ଦୃଢ଼ମତି ମହାମନା ।

ଯୁଗ ଯୁଗ ପାଇଁ ଉତ୍କଳ ଭୂମିରେ

ଉଡ଼ାଇଲ ଯଶ ବାନା ।।

ମନେ ପଡ଼ି ଯାଏ ଆଜି ସେ ଦିନଟି

ଅଠରଶ ଅଡ଼ଷଠୀ ।

ଓଡ଼ିଶା ମାଟିରେ ଜନମ ଲଭିଲା

ଯୁଗ ଯୁଗର କିରତୀ ।।

ପୂର୍ବେ ତାହା ଥିଲା ମହାବିଦ୍ୟାଳୟ

ଏବେ ବିଶ୍ୱବିଦ୍ୟାଳୟ ।

ବେଦମନ୍ତ୍ରେ ପୂତ ଅଭିମନ୍ତ୍ରିତ ସେ

ବୀଣାପାଣିଙ୍କ ଆଳୟ ।।

        


Rate this content
Log in

Similar oriya poem from Inspirational