କି ହେବ
କି ହେବ
ଘିଅ ଦୀପଟିଏ ଜାଳିଦେଇ
ଜାଗରେ ଭଜାଗର ରହି
ମହା ଆଡ଼ମ୍ବରେ ପାଦୁକ ପାଇ
ମହାଶିବରାତ୍ରୀ ମନେଇ ଧ୍ୟାଇ
ନିର୍ଜଳା ଉପବାସ ନ ଖାଇ
ଅୟୁତ ମାନସିକ ମନେଇ
କି ହେବ
କହିଲ ଭାଇ
କହିଲେ କହିବ
ରାଗିଲ କାହିଁ ।
ଲୋକ ଦେଖାଣିଆ ଭକ୍ତି ଭାବନା
ମନ୍ଦିର ବେଢାରେ ପୂଜା ଆରାଧନା
ଆଲୋକ ମାଳାରେ ସାଜ ସର୍ଜନା
ଫୁଲ ଫଳ ଡାଲା ଦକ୍ଷିଣା ନନା
ଧୂପ ଧୂଆଁରେ ଗର୍ଭଗୃହ ମହକେ ଅନା ।
କି ହେବ
କହିଲ ଦେଖି
ଆତ୍ମା ପରଖୀ
ଆଖି ନିରେଖୀ ।
ମନ ମନ୍ଦିରେ ପଙ୍କିଳ ଭାବନା ସୁମନା ଗୁନ୍ଥା
ମଗଜ ବୃନ୍ଦାବନେ ଯାତନା ବାସନା ସୁନ୍ଥା
ପ୍ରାଣ ମହଲରେ କୃତ୍ସା କାମନାର ଧୂଆଁ
ପ୍ରେମ ପାତ୍ର ଗାତ୍ର ମାଗୁଛି ଆଶିର୍ବାଦ ମୁଆଁ ।
କି ହେବ
ବର୍ଷକେ ଥରେ ପୂଜିଲେ
ହୃଦୟେ ବିଦେହେ ନ ଭଜି
ବାର୍ଷିକ ଆରାଧନା କରି
କର୍ମେ କରଣେ ନ ହେଜି ।