Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Inspirational

3  

Sunanda Mohanty

Inspirational

ଜୀବନ

ଜୀବନ

1 min
166


ମଣିଷ ଜୀବନ ଗୁରୁତ୍ୱପୂର୍ଣ୍ଣ 

ମଣିଷବଳ କୌଶଳ ସମ୍ପନ୍ନ

କୋଉଠି ସୈନିକ କୋଉଠି କୃଷକ

ବଢାଏ ଦେଶ ଓ ଜାତିର ମାନ

ଫଳାଏ କୃଷକ ମାଟିରୁ କରି ଉତ୍ପର୍ନ୍ନ

ସୈନିକ ରଖେ ଦେଶର ସ୍ୱାଭିମାନ

ଜଳାଞ୍ଜଳି ଦେଇ ନିଜ ଜୀବନ

ଯୁଦ୍ଧ ବେଳେ ହାରେ ନାହିଁ ଆଣେ ସମ୍ମାନ

ଆଜି ଯିଏ ବୁଝୁଛି ସିଏ ଅମୂଲ୍ୟ ରତନ

ବାଜି ଲାଗାଇ ଦେଇ ନିଜ ଜୀବନ

ଦେଶର ନୈତିକ ବଳ ବଢ଼ାଇ

କରିଦିଏ ସିନା ସ୍ୱୟଂସମ୍ପନ୍ନ

ଭାବ ଥରେ ତା ପିତା ମାତାଙ୍କ ଦହନ

ପୁଅକୁ ତେଜିକି ଦେଶ ସୁରକ୍ଷା

ଯୁଦ୍ଧ ବେଳେ କୁହେ ମାଆ ଛାଡିଦିଅ ମୋ ଆଶା

 ମାଆ ସହ ପରିବାରେ କେତେ କମ୍ପନ ଦହନ 

ଯୋଉଠି ଥାଉ ଯେମିତି ଥାଉ 

ଭଲରେ ରହୁ ମୋ ପୁଅ ଏତିକି ନିବେଦନ 

କେମିତି ପ୍ରଭୁ ହେ ନିଷ୍ଠୁର ହୋଇଲ ହେ ଭଗବାନ 

ଯିଏ ଯାହା ସୀମା ବଳୟ ଭିତରେ ରହିଲେ 

କେତେ ଭଲ ହୁଅନ୍ତା ସାରା ଜୀବନ 

ଯୋଉ ଦେଶ ହେଉ ଯିଏ ବି ହୁଅନ୍ତୁ 

କାହାର ବାପା ଭାଇ ପୁଅ ହୋଇଥିବେ ନିଶ୍ଚୟ 

ଭାଷା ଚଳଣିରେ ପାର୍ଥକ୍ୟ ଥିଲେ ବି 

ସମସ୍ତଙ୍କର ପରା ଅଛି ଜୀବନ 

ଜୀବନ କାଳରେ ବଞ୍ଚିଯିବା ଦି ଘଡି ପାଇଁ 

କେତେ ଯତନ ରେ କାହିଁକି ବିଭୀଷିକା କମ୍ପନ 

ମନରେ ଝଡ ପ୍ରକୃତିରେ ବି ଝଡ଼ ବଂଚିବାରେ ବି ଝଡ଼ 

ରକ୍ଷାକର ରକ୍ଷାକର ହେ ଭଗବାନ 

ସମସ୍ତଙ୍କୁ ଦିଅ ଶାନ୍ତିରେ ବଞ୍ଚିବା ପାଇଁ ବରଦାନ 



Rate this content
Log in

Similar oriya poem from Inspirational