STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଏହି ନିବେଦନ ମୋର

ଏହି ନିବେଦନ ମୋର

1 min
170

ଏହି ନିବେଦନ ଦେବ ପଞ୍ଚାନନ

  ଘେନାକର ଘେନାକର

ମୋ ପାଖରେ ଥିବା ଯେତେ ପାପ ତାପ

  ଦୂର କର ଦୂର କର।

    

ଯେ ଦିଗେ ଚାହୁଁଛି ସେ ଦିଗ ଅନ୍ଧାର

  ପାପ ପଙ୍କେ ମନ ମୋର

ଘାଣ୍ଟି ହେଉଅଛି ଆହେ ଉମାପତି

  ହୃଦ ହୁଏ ହରବର

ଡାକୁଛି ଆରତେ ହେ ଶିବ ସାଆନ୍ତେ

  ଏ ଭବୁଁ କର ଉଦ୍ଧାର।


ଆଜି ଜାଗରରେ ତୁମ୍ଭରି ଦୁଆରେ

  ଜାଳି ମୁଁ ଜାଗର ବତୀ

ଶୁଦ୍ଧ ପୂତ ମନେ କରେ ତୁମ୍ଭ ଧ୍ୟାନ

  ଦେବ କଇଳାଶ ପତି

ହର ମୋ ଆରତ ହେ ଗଣେଶ ତାତ

  ବମ୍ ବମ୍ ଶିବ ଶଙ୍କର

  ଏହି ନିବେଦନ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational