STORYMIRROR

Shiba Charan Mahapatra

Abstract

3  

Shiba Charan Mahapatra

Abstract

ପରିବାର

ପରିବାର

1 min
308

ମମତା ଅମୃତ ଝରୁଥାଏ ଯହିଁ

ଦିବାନିଶି ଅହରହ

ସେନେହ ସୁହାଗ ଭଲପାଇବାର

ଝୁଣା ଧୂପ ମହମହ

ପିତା ମାତା ଜେଜେ ଜେଜେମା' ସଙ୍ଗତେ

ଭାଇ ଭଗ୍ନୀ ତହିଁ ପର

ବିଶ୍ୱ କାନନେ ସଜଫୁଲ ସେଇ

ପ୍ରିୟ ମୋର ପରିବାର


ବିଶ୍ୱାସ ବନ୍ଧନ ଅତୁଟ ସମ୍ପର୍କ 

କର୍ମଶାଳା ଚାଟଶାଳୀ

ସଂସ୍କାର ସଂସ୍କୃତି ରିତି ନୀତି ଯହିଁ

ଖେଳୁଥାନ୍ତି ଝୁଲା ଝୁଲି

ମମତା ବୋଳା ସେ ଆପଣାପଣର 

ଝରେ ଯହିଁ ସୁଧାଝର 

ବିଶ୍ୱ କାନନେ ସଜଫୁଲ ସେଇ 

ପ୍ରିୟ ମୋର ପରିବାର


ଅସରନ୍ତି ପ୍ରିତି ଫଲ୍ଗୁ ବାରିଧାରା 

ଥାଏ ଯହିଁ ନିରନ୍ତର 

ମାଟି ଝାଟି ଚାଳ ଛପର ଘରଟି

ଲାଗେ ପୁଣି ଶ୍ରୀମନ୍ଦିର

ସବୁ ଜନମରେ ସେଇ ପରିବାରେ 

ହେଉଥାଉ ଜନ୍ମ ମୋର

ବିଶ୍ୱ କାନନେ ସଜଫୁଲ ଯେଉଁ 

ସ୍ନେହବୋଳା ପରିବାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract