ପ୍ରହରୀ ସାଜିବି ଓଡ଼ିଆ ଭାଷାର
ପ୍ରହରୀ ସାଜିବି ଓଡ଼ିଆ ଭାଷାର
ଆମ ଭାଷା ପାଇଁ ଦିନେ ସଂଘର୍ଷ ଚାଲିଲା
ଯେବେ ଆମ ରାଜ୍ୟ ସ୍ଵତନ୍ତ୍ର ହୋଇ ନ ଥିଲା
ଆମ ଭାଷା ପାଇଁ ଉତ୍କଳ ଗୌରବ ଜାଗ୍ରତ ହୋଇଲେ
ନିଜ କାବ୍ୟ ଲେଖି ପ୍ରତି ଓଡ଼ିଆ ଙ୍କୁ ଏକତ୍ର କଲେ
ଆମ ଭାଷା ପାଇଁ ରାଜ୍ୟର ନାମ ଓଡିଶା ହୋଇଲା
ଭାଷା ପାଇଁ ବିପ୍ଲବି ତାର ଜୀବନ ଦେଲା
ମୋ ଭାଷାର ଆସ ପ୍ରହରୀ ଆମେ ସାଜିବା
ଆମ ମାତୃଭାଷାରେ ମମତା ରଖି ବିଦେଶ ରେ ବି ଗୁଣ ଗାଇବା
ବଞ୍ଚି ଥିବା ଯାଏଁ ଭାଷାକୁ ହତାଦର କରିବା ନାହିଁ
ଭାଷା ବଞ୍ଚିଲେ ଆମେ ବଞ୍ଚିବା ନିଜେ ଗର୍ବ ବହି
ଭାଷାର ସୁରକ୍ଷା ପାଇଁ ଏକାଠି ଆସ ହୋଇବା
ନିଜ ଘରୁ ପ୍ରଥମେ ଭାଷାର ପ୍ରଚାର କରିବା
ଆମ ଓଡ଼ିଆ ଭାଷା ମାନ କୁ ଆସ ସବୁଠି ରଖିବା
ଆମ ଓଡ଼ିଆ କେଡେ ବଢିଆ ସ୍ଵାଭିମାନ ରେ କହିବା ।।