ଆହେ କ୍ଷେତ୍ର ବାସୀ
ଆହେ କ୍ଷେତ୍ର ବାସୀ
ଭଜନ,ଆହେ କ୍ଷେତ୍ର ବାସୀ
ସୁରେଶ ଚନ୍ଦ୍ର ପାଢୀ
ଆହେ କ୍ଷେତ୍ର ବାସୀ
ତୁମ ପାଦ ପଦ୍ମେ
ରହିଥିବି ବସି
ତୁମେ ହିଁ ସତ୍ୟ ତୁମେ ହିଁ ନିତ୍ୟ
ଏ ଜଗତେ ତୁମେ ପ୍ରଭୁ
ହେଲ ଅବିନାଶୀ ।
ସକାଳୁ ଉଠିଲେ ତୁମ ନାମ ନେଇ
କର୍ମ କରି ଯିବି ସବୁ ଭୁଲି ଯାଇ
ପାପ ପୂଣ୍ୟ ମିଳେ ସଂସାର ହାଟରେ
ଦିବ୍ୟ ଶାନ୍ତି ମିଳେକଲ୍ପ ବଟ ମୂଳରେ ।
ଆହେ କ୍ଷେତ୍ର ବାସୀ
ଦିଅନ୍ତ କି ପ୍ରଭୁ ତୁମ
ଶ୍ରୀ ଅଙ୍ଗ ତୁଳସୀ
ତୁମେ ହିଁ ଆଦି ତୁମେ ତ ଅନାଦି
ଦାରୁ ରୂପେ ଆସି ଥିଲ
ତୁମେ ଭାସି ଭାସି ।
ଯାହା ତୁମେ ଦେବ ସବୁ ତ ପାଇବି
ସବୁ ତୁମ ଦାନ ସନ୍ତୋଷ ହୋଇବି
ଧନ ମାନ ଯଶ ସବୁ ଚାଲି ଯିବ
ଭକତି ହୃଦରେ ନୀତି ରହି ଥିବ ।
ଆହେ କ୍ଷେତ୍ର ବାସୀ
ତୁଣ୍ଡେ ଗାଉ ଥିବି
ନାମ ବ୍ରହ୍ମ ରାଶି
ତୁମେ ତ ସାକାର ତୁମେ ନିରାକାର
ରଙ୍ଗ ଅଧରେ ତୁମେ
ଦେଉ ଥାଅ ହସି ।
