STORYMIRROR

MADHU MITA

Abstract

2  

MADHU MITA

Abstract

ପ୍ରେୟସୀ ଋତୁପୂର୍ଣା

ପ୍ରେୟସୀ ଋତୁପୂର୍ଣା

1 min
2.8K

କ୍ରୋଧଟି ତୁମର ବୈଶାଖ ଝାଞ୍ଜି

ଆଷାଢ଼ ବର୍ଷା ଫିକର ଫନ୍ଦି

ଭଦୁଅ ଖରା ସମ ଅଳି ଅର୍ଦ୍ଦଳି

କାର୍ତ୍ତିକ ଶୀତ ତୁମ ପ୍ରେମ ଅଞ୍ଜଳି

ପୌଷ ସକାଳର ଧ୍ରୁବତାରା ତୁମେ

ଫଗୁଣ ରଙ୍ଗର ପସରା ଗୋ ତୁମେ

ଜ୍ୟେଷ୍ଠ ଭାନୁ ସମ ମୁଖ ଦର୍ପଣ

ଶ୍ରାବଣ ମାସ ରେ ତୁମେ ମୋ ଜନ୍ହ

ଆଶ୍ୱିନ କାଶତଣ୍ଡି ମହକ ତୁମେ

ମଗୁସୁରେ ଫୁଲ ପୂଲକ ଯେ ତୁମେ

ମାଘ ପବନର ମଧୁରତା ଆଣି

ଚଇତି ସହିତ ନ ନିଅ ମେଲାଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract