ପ୍ରେୟସୀ ପ୍ରିୟା
ପ୍ରେୟସୀ ପ୍ରିୟା
ପ୍ରେୟସୀ ପ୍ରିୟା ଗୋ ପ୍ରେମ କାଙ୍ଗାଳୁଣୀ
ପ୍ରତିକ୍ଷା କରିଛି ମନେ
ପ୍ରେମ ଫଗୁଣର ପସରା ମେଲାଇ
ଆସିବ ମୋର ସଦନେ ।
ବସନ୍ତ ମଳୟ ବହି ଆସିଲାଣି
ଜାଣି ତବ ଆଗମନ
ନବ ପଲ୍ଳବିତ କୁସୁମ କାନନ
କରୁଅଛି ନିମନ୍ତ୍ରଣ ।
ଆମ୍ବ ବଣେ ଆସି କୋଇଲି ରାବଇ
କରି କୁହୁ କୁହୁ ତାନ
ବଉଳ ବାସନା ଚହଟି ଯାଉଛି
ମୋହି ମଧୁମକ୍ଷି ମନ ।
ମଧୁ ମାସ ଆସି ପ୍ରବେଶ ହୋଇଲା
ଆସି ମଧୁର ଲଗନେ
ବିରହିଣି ପ୍ରିୟା ମନ ଉପବନେ
ରାଜୁତି କରିବ ଦିନେ ।
ପ୍ରିୟା ମନଜାଣି ରଖିଛି ସାଇତି
ମନବନେ ପ୍ରିତିଫୁଲ
ମଧୁ ଭରା ରାତି ଦେବି ଉପହାର
ଶାଶ୍ଵତ ପ୍ରେମର ମୂଳ ।
ଦୋଳମଣ୍ଡପ ରେ ରାଧାକୃଷ୍ଣ ଙ୍କର
ଅମର ପ୍ରେମର ଗାଥା
ଅବିର ର ରଙ୍ଗେ ରଙ୍ଗେଇ ଦେବି ଳୋ
ଗାଇବା ପ୍ରେମର ଗାଥା ।
ଫଗୁଣର ରଙ୍ଗେ ରଙ୍ଗେଇ ଅବିର
ଇନ୍ଦ୍ରଧନୁ ସାତ ରଙ୍ଗ
ଗୋଲାପର ଶେଜ ସଜାଇ ଦେବି ମୁଁ
ବୁହାଇ ପ୍ରିତୀ ତରଙ୍ଗ ।
ମଳୟ ସମୀର ବହିବ ସଧିରେ
କୁସୁମ ର ବାସ ନେଇ
ଅଭିମାନୀ ମୋର ପାଦ ଚାପି ଚାପି
ଆସିବ ଡେଣା ମେଲାଇ ।
ପ୍ରେମର ଝରଣା ବହି ଚାଲି ଥିବ
ବସନ୍ତରେ ତାଳ ଦେଇ
ମଧୁଝରା ରାତି ପିରତି ପସରା
ମାଦକ ହୃଦେ ଜାଗଇ।